ଝିଅ ସାମ୍ନାରେ ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ସୁସ୍ମିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଝିଅ ସାମ୍ନାରେ ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ସୁସ୍ମିତା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୁସ୍ମିତା ସେନ୍‌ ଏବେ  ନିଜ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚାରେ। କଶ୍ମୀର ପୁଅ ରୋମନ୍‌ ଶାଲ୍‌ଙ୍କ ପ୍ରେମରେ ପଡ଼ିବା ପରେ ଦୁହେଁ ଅନେକ ସମୟରେ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି।

କିନ୍ତୁ ଏବେ ମା’ ଓ ଝିଅଙ୍କ ସାମ୍ନାରେ ଖୋଲାଖୋଲି ରୋମାନ୍ସ କରିବାକୁ ବି ପଛେଇ ନାହାନ୍ତି। ଏସବୁର ଝଲକ୍‌ ସୁଷ୍ମିତା ଶେଆର କରିଥିବା ଫଟୋରେ ଦେଖିବାକୁ ମିଳିଛି।

ଗଲା ୧୯ ତାରିଖରେ ସୁସ୍ମିତା ତାଙ୍କର ୪୩ ତମ ଜନ୍ମ ଦିନ ମଧ୍ୟ ରୋମନ୍‌ଙ୍କ ସହ ପାଳନ କରିଛନ୍ତି। ୮ ଦିନ ପରେ ତାଙ୍କ ଜନ୍ମ ଦିନ ଫଟୋ ଏବେ ସାମ୍ନାକୁ ଆସିଛି। ସେହି ଫଟୋରେ ସୁସ୍ମିତା ତାଙ୍କ ଝିଅ ଓ ମା’ଙ୍କ ସାମ୍ନାରେ ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି।

ଜନ୍ମଦିନ ପାର୍ଟି ଛଡ଼ା କେକ୍‌ର ଫଟୋବି ସାମ୍ନାକୁ ଆସିଛି। କେକ୍‌ ଉପରେ ଲେଖାଥିବା ମେସେଜ୍‌ରୁ ଜଣା ପଡ଼ିଛି ଯେ, କେକ୍‌ଟି ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ତରଫରୁ ବୋଧହୁଏ ମିଳିଛି।

କେକ୍‌ରେ ଲେଖାଥିଲା, ‘ଜନ୍ମଦିନର ଶୁଭେଚ୍ଛା ସ୍ୱିଟି’। ଆଉ ସେ କେକ୍‌ରେ ଦୁହିଁଙ୍କ ଫଟୋ ବି ଲାଗିଛି। ସେହି ଫଟୋକୁ ରୋମନ୍‌ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ୍‌ରେ ଶେୟାର କରି ଲେଖିଥିଲେ- ‘ହାପି ବର୍ଥ୍‌ଡେ ମାଇ ଲଭ୍‌।’

ସୁସ୍ମିତା ମଧ୍ୟ ନିଜ ଜନ୍ମଦିନର ଅନେକ ଫଟୋ ସୋଶାଲ୍‌ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ ମା’ ଶୁଭ୍ରା ସେନ୍‌ଙ୍କ କୋଳରେ ବସିଥିବା  ଦେଖିବାକୁ ମିଳିଛି।  ଆନ୍ୟ ସବୁ ଫଟୋରେ ସେ ତାଙ୍କ ପିଲା ଓ ବୟଫ୍ରେଣ୍ଡଙ୍କ ସହ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ସୁସ୍ମିତା ରୋମନ୍‌ଙ୍କୁ ବିବାହ କରିଥାନ୍ତେ। କିନ୍ତୁ ନିଜେ ସୁସ୍ମିତା ଏହି କଥାକୁ ଖଣ୍ଡନ କରିଥିଲେ। ଏବେ ଦୁହେଁ ପରସ୍ପର ସହ ସମୟ ବିତାଇ ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଥିବା କହିଛନ୍ତି। ଏଥିରୁ ଯାହା ଜଣାପଡ଼ୁଛି ସୁସ୍ମିତା ରୋମନ୍‌ଙ୍କୁ ଡେଟ୍‌ କରୁଛନ୍ତି । କିନ୍ତୁ ବାହା ହେବାର ଏବେ କୌଣସି ଯୋଜନା ନାହିଁ। ଆଉ ତାଙ୍କ ମିଳାମିଶା ଦେଖି ଯାହା ଲାଗୁଛି ତାଙ୍କ ପରିବାର ଲୋକ ମଧ୍ୟ ଏଥିପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି। ନଚେତ୍‌ ପରିବାର ସମ୍ମୁଖରେ ସେମାନେ ଏତେ ମିଳାମିଶା କରିପାରି ନ ଥାନ୍ତେ।



from Odisha Reporter https://ift.tt/2ByTM43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages