
ଦୁବାଇ: କ୍ରିକେଟ୍ରେ ବାଉନ୍ସର ବଲ୍ କେତେ ଯେ ଘାତକ ହୋଇପାରେ ତାହା ପୂର୍ବରୁ ଅନେକ ଥର ସମଗ୍ର ବିଶ୍ୱ ଦେଖିଛି। ଏକ ବାଉନ୍ସର ବଲ୍ ମୁଣ୍ଡରେ ମାଡ଼ ହେବାରୁ ଅଷ୍ଟ୍ରେଲିଆର ଯୁବ କ୍ରିକେଟ୍ର ଫିଲି ହ୍ୟୁଗସ୍ଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣିଥରେ ବଲ୍ ମୁଣ୍ଡରେ ମାଡ଼ ହୋଇ ଆଉ ଜଣେ କ୍ରିକେଟର୍ ମ୍ୟାଚ୍ ଅଧାରୁ ପଡ଼ିଆ ଛାଡ଼ିବା ଘଟଣା ସାମ୍ନାକୁ ଆସିଛି।
ଶୁକ୍ରବାର ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ଏହି ମ୍ୟାଚ୍ଟିକୁ ପାକିସ୍ତାନ ଅବଶ୍ୟ ଜିତି ନେଇଥିଲା। କିନ୍ତୁ ମ୍ୟାଚ୍ ବେଳେ ଓପନର ଇମାମ୍ ଉଲ୍ ହକ ଆହତ ହେବା ଦଳର ବିଜୟ ଉତ୍ସବକୁ ସାମାନ୍ୟ ଫିକା ପକାଇ ଦେଇଥିଲା।
ନ୍ୟୁଜିଲ୍ୟାଣ୍ଡର ୨୧୦ ରନ୍ର ଟାର୍ଗେଟକୁ ପିଛା କରୁଥିବା ବେଳେ ଇମାମ୍ଙ୍କ ସହ ଏକ ଘଟଣା ଘଟିଥିଲା। ସେ ୧୬ ରନ୍ରେ ବ୍ୟାଟିଂ କରୁଥିବା ସମୟରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର୍ ଲୋସକେଇ ଫରଗୁସନ୍ ବୋଲିଂ କରୁଥିଲେ।
ଏହି ସମୟରେ ଫରଗୁସନ୍ଙ୍କ ଏକ ଶଟ୍ ବଲ୍ ସିଧା ଇମାମ୍ଙ୍କ ସାମ୍ନା ପଟ ହେଲମେଟ୍ର ଗ୍ରୀଲ୍ରେ ମାଡ଼ ହୋଇଥିଲା। ସେ ବଲ୍ଟିକୁ ପୁଲ କରିବାକୁ ଚାହୁଁଥିଲେ ହେଁ ଏହା ମିସ୍ କରିଯାଇଥିଲା।
ବଲ୍ ମାଡ଼ ପରେ ଇମାମ୍ ପଡ଼ିଆରେ ଶୋଇ ପଡ଼ିଥିଲେ। ଏହା ଦେଖି ଉଭୟ ଦଳର ଖେଳାଳି ଓ ଷ୍ଟାଡିୟମରେ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଡ଼ିଆ ମଝିରେ କିଛି ସମୟ ଚିକିତ୍ସା କରାଯିବା ପରେ ଇମାମ୍ ଛିଡ଼ା ହୋଇଥିଲେ।
କିନ୍ତୁ ଆଘାତ ଜୋରରେ ଲାଗିଥିବାରୁ ସେ ବାଧ୍ୟ ହୋଇ ପଡ଼ିଆ ଛାଡ଼ିଥିଲେ। ତେବେ ଏବେ ସେ ଠିକ୍ ଥିବା ପାକିସ୍ତାନ ବୋର୍ଡ ପକ୍ଷରୁ କୁହାଯାଇଛି। ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ:
Get well soon #ImamUlHaq pic.twitter.com/MaR0MZPIaM
— Ramiz Ahmed Patel (@ramizrap1) November 9, 2018
from Odisha Reporter https://ift.tt/2QxBG7P
No comments:
Post a Comment