ରାତି ପାହିବାକୁ ପ୍ରତୀକ୍ଷା: କାଲି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଉଛୁଳିବ ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ରାତି ପାହିବାକୁ ପ୍ରତୀକ୍ଷା: କାଲି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଉଛୁଳିବ ରାଜଧାନୀ

hockey

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ବର୍ଣ୍ଣାଢ୍ୟ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ବଲିଉଡ୍ ଷ୍ଟାର ଶାହରୁଖ, ମାଧୁରୀଙ୍କ ସହିତ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାଧୁରୀ ଏବଂ ରେହମାନ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ସେପଟେ ଦେଶ ବିଦେଶରୁ ଯୋଗଦେବାକୁ ଥିବା ଶହ ଶହ ଅତିଥିଙ୍କ ଲାଗି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ।

ହକି ମହାକୁମ୍ଭର ଉଦ୍‌ଘାଟନୀ ଅବସରରେ କାଲି କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଏଇଠୁ ସାରା ବିଶ୍ୱ ଦେଖିବ ଭାରତୀୟ କଳାର ଉତ୍କର୍ଷ ଓ ମହାନ ସାଂସ୍କୃତିକ ପରମ୍ପରାର ଝଲକ। ଆସନ୍ତାକାଲି ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍ ପ୍ରତିଯୋଗିତାର ଭବ୍ୟ ଉଦଘାଟନ ସମାରୋହ ପାଇଁ ନବବଧୂ ପରି ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ। କାଲିର ଉତ୍ସବରେ ଶୋ’ ଷ୍ଟପର ସାଜିବେ କିଙ୍ଗଖାନ ଶାହରୁଖ୍, ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ। ଲାଇଭ ଶୋ’ରେ ରେହମାନ ପରିବେଷଣ କରିବେ ହକି ବିଶ୍ୱକପର ଆନ୍ଥେମ୍ ‘ଜୟହିନ୍ଦ୍ ଇଣ୍ଡିଆ’। ତା’ସାଙ୍ଗକୁ ହକିପ୍ରେମୀଙ୍କ ହୋସ୍ ଉଡ଼ାଇବେ ଦେଶ ବିଦେଶର ପ୍ରାୟ ୧୮୦୦ କଳାକାର। ଉଦ୍‌ଘାଟନୀ ମଞ୍ଚରେ ଦେଖିବାକୁ ମିଳିବ ଭାରତର ସବୁ ପ୍ରାନ୍ତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଝଲକ। ପରେ ୧୬ଟି ଟିମର ଅଧିନାୟକ ବିଶ୍ୱକପ୍ ଟ୍ରଫି ସହ ଫଟୋ ଶୁଟ୍ କରିବେ।

ସୁରକ୍ଷା ବଳୟରେ ରାଜଧାନୀ

ହକି ବିଶ୍ୱକପ୍ ପାଇଁ ପୂରା ରାଜଧାନୀରେ ହୋଇଛି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା। ଖେଳାଳି, ଷ୍ଟାଡିୟମ୍ , ଟ୍ରାଫିକ୍, ପାର୍କିଂ ଏବଂ ସହରର ଆଭ୍ୟନ୍ତରୀଣ ଅଞ୍ଚଳ ଏମିତି ୪ଟି ଭାଗରେ ନିରାପତ୍ତା ବ୍ୟବସ୍ଥାକୁ ପରିଚାଳନା କରିବ କମିଶନରେଟ୍ ପୁଲିସ। କାଲିର ମେଗା କାର୍ଯ୍ୟକ୍ରମ ଲାଗି ମୁତୟନ ରହିବେ ୭୫ ପ୍ଲାଟୁନ୍ ଫୋର୍ସ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୂଜା ଓ ରାବଣ ପୋଡ଼ି ପଡ଼ିଆ, ଶାସ୍ତ୍ରୀ ନଗର, ନିକୋ ପାର୍କ ରୋଡ୍, ଓଲ୍ଡ ଏଜି କଲୋନୀ, ଇଡକଲ୍ ଗ୍ରାଉଣ୍ଡ ସମେତ କଳିଙ୍ଗ ଷ୍ଟାଡିୟମରେ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜନତା ମୈଦାନରୁ କଳିଙ୍ଗ ଷ୍ଟାଡିୟମକୁ ଦର୍ଶକଙ୍କ ଯାଆସ ଲାଗି ସ୍ୱତନ୍ତ୍ର ଭାବେ ୧୫ଟି ବସ୍ ଚଳାଚଳ କରିବ।

ଉଦ୍‌ଘାଟନୀ ସମାରୋହ ପାଇଁ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ଆସନ୍ତାକାଲି ବନ୍ଦ ରହିବ। ସେହିଭଳି ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ଦିନ ସାଢେ ୧ ଗୋଟାଏରୁ ବନ୍ଦ ରହିବ। ଉଦ୍‌ଘାଟନୀ ଉତ୍ସବର ପରଦିନ ବୁଧବାର କଟକ ବାରବାଟୀରେ ବି ଆଉ ଏକ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଛି।



from Odisha Reporter https://ift.tt/2AmuTHa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages