ବୋଇତ ସହ ସେଲ୍‌ଫି ନେଉଥିଲେ, ଭାସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ବୋଇତ ସହ ସେଲ୍‌ଫି ନେଉଥିଲେ, ଭାସିଗଲେ

boat

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): ବୋଇତ ସହ ସେଲ୍‌ଫି ନେବା ବେଳେ ସମୁଦ୍ରରେ ଭାସିଗଲେ ଦୁଇ ଜଣ ଯୁବକ। ତେବେ ସୌଭାଗ୍ୟବଶତଃ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ।

କାର୍ତ୍ତିକ ପୂଣ୍ଣିମା ଅବସରରେ ଆଜି ସକାଳେ ଅନ୍ୟମାନଙ୍କ ଭଳି ଏ ଦୁଇ ଯୁବକ ମଧ୍ୟ ସମୁଦ୍ରରେ ଡଙ୍ଗା ଭସାଇବାକୁ ଆସିଥିଲେ। ତେବେ ସେଠାରେ ସମାନେ ବୋଇତ ସହ ସେଲଫି ନେବା ଅସାବଧାନତା ହେତୁ ସମୁଦ୍ରରେ ଭାସି ଯାଇଥିଲା। ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଭୟଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲା।
ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଉଦ୍ଧାର ହେବା ପରେ ସୁସ୍ଥ ଥିବାରୁ ଘରକୁ ପଠାଇ ଦିଆଯାଇଥିଲା।

ବୋଇତ ବନ୍ଦାଣ ସମୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦିପୁର ଓ ବାଲିଘାଟର ବୁଢ଼ାବଳଙ୍ଗ ନଦୀ କୂଳରେ ଦୁଇଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଥିଲା।



from Odisha Reporter https://ift.tt/2PNNiqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages