
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଆଜି ତାଙ୍କ ୩୦ ତମ ଜନ୍ମ ଦିନକୁ ବେଶ ଧୂମଧାମରେ ପାଳନ କରୁଛନ୍ତି। ବିରାଟ୍ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ ବୋଲି ସମସ୍ତେ ଜାଣିଛନ୍ତି। ଏବେ ସେ ଦିନିକିଆରେ ବିଶ୍ୱର ଏକ ନମ୍ବର ବ୍ୟାଟସ୍ମ୍ୟାନ୍। ତେବେ କୋହଲି କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ରେକର୍ଡ କରିଛନ୍ତି। ବିରାଟ୍ ଟି-୨୦ରେ ଏମିତି ଏକ ବୋଲିଂ ରେକର୍ଡ କରିଛନ୍ତି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଅତିକ୍ରମ କରିପାରି ନାହାନ୍ତି।
ବିରାଟ୍ ‘ଜିରୋ’ ବା ଗଣନା କରାଯାଉନଥିବା ଗୋଟିଏ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ। ଆପଣ ଭାବୁଥିବେ ‘ଜିରୋ’ ବା ଶୂନ ବଲ୍ରେ ସେ ପୁଣି କେମିତି ୱିକେଟ୍ ପାଇଲେ। ହଁ ଏମିତି ଏକ ଘଟଣା ବିରାଟ୍ଙ୍କ ସହ ଘଟିଛି।
୨୦୧୧ ମସିହା ଅଗଷ୍ଟ ୩୧ରେ ଓଲଡ୍ ଟ୍ରାଫୋର୍ଡ ଠାରେ ଚାଲିଥିବା ଭାରତ-ଇଂଳଣ୍ଡ ଟି-୨୦ରେ ବିରାଟ୍ ଏଭଳି ରେକର୍ଡ ସୃଷ୍ଟି କରିଥିଲେ। ଏହି ମ୍ୟାଚ୍ରେ ବିରାଟ୍ ପ୍ରଥମଥର ପାଇଁ ବୋଲିଂ କରିଥିଲେ। ବିରାଟ୍ଙ୍କ ସାମ୍ନାରେ ଥିଲେ ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟସ୍ମ୍ୟାନ୍ କେଭିନ୍ ପିଟରସନ୍। ତେବେ ବିରାଟଙ୍କ ପ୍ରଥମ ବଲ୍ଟି ୱାଇଡ୍ ଥିଲା। କିନ୍ତୁ ୱିକେଟ୍ ପଛରେ ଥିବା ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ବଲ୍ଟିରେ ପିଟରସନ୍ଙ୍କୁ ଷ୍ଟମ୍ପିଙ୍ଗ କରିଦେଇଥିଲେ। ଅର୍ଥାତ ବିରାଟ୍ ୱାଇଡ ବଲ୍ରେ ଗୋଟିଏ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଥିଲେ।
ଏହି ଘଟଣାର ଭିଡିଓ ଦେଖନ୍ତୁ
from Odisha Reporter https://ift.tt/2RC18cb
No comments:
Post a Comment