ଜନ୍ମଦିନ ଶୁଭେଚ୍ଛା ଜଣାଇ ଆଡ଼ଭାନୀଙ୍କୁ ପ୍ରଶଂସାରେ ପୋତିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଜନ୍ମଦିନ ଶୁଭେଚ୍ଛା ଜଣାଇ ଆଡ଼ଭାନୀଙ୍କୁ ପ୍ରଶଂସାରେ ପୋତିଲେ ମୋଦି

advani

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ସାଂସଦ ଲାଲକୃଷ୍ଣ ଆଡ଼ଭାନୀଙ୍କର ଆଜି ଜନ୍ମଦିନ। ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ମୋଦି ଲେଖିଛନ୍ତି,ଶ୍ରୀ ଏଲ୍‌.କେ ଆଡ଼ଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଦେଶର ବିକାଶରେ ଆଡ଼ଭାନୀ ଜୀଙ୍କ ଯୋଗଦାନ ସ୍ମୃତି ହୋଇ ରହିବ। ତାଙ୍କ ମନ୍ତ୍ରୀତ୍ୱକାଳ ପ୍ରଶଂସନୀୟ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ନିଷ୍ପତ୍ତ ନେଉଥିଲେ। ତାଙ୍କ ବିଜ୍ଞତାକୁ ସବୁ ଦଳ ପ୍ରଶଂସା କରନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ଭାରତୀୟ ରାଜନୀତି ଉପରେ ଶ୍ରୀ ଏଲ୍‌.କେ ଆଡ଼ଭାନୀ ଜୀଙ୍କର ପ୍ରବଳ ପ୍ରଭାବ ପଡ଼ିଛି। ନିଃସ୍ୱାର୍ଥପର ଭାବେ ସେ ବିଜେପିକୁ ଗଢ଼ି ତୋଳିଥିଲେ ଓ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଉପଦେଷ୍ଟା ସାଜିଥିଲେ। ମୁଁ ତାଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି।

୧୯୨୭ ମସିହା ନଭେମ୍ବର ୮ ତାରିଖରେ ଜନ୍ମ ହୋଇଥିବା ଆଡ଼ଭାନୀ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନ୍ୟତମ ଯୁଗ୍ମ ପ୍ରତିଷ୍ଠାତା। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ଥିଲେ। ୨୦୧୫ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।



from Odisha Reporter https://ift.tt/2ASyP43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages