‘ପଦ୍ମାବତୀ’ଙ୍କୁ ସାତ ଜନ୍ମର ସାଥୀ କଲେ ‘ଆଲ୍ଲାଉଦ୍ଦିନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

‘ପଦ୍ମାବତୀ’ଙ୍କୁ ସାତ ଜନ୍ମର ସାଥୀ କଲେ ‘ଆଲ୍ଲାଉଦ୍ଦିନ୍‌’

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରାଣୀ ‘ପଦ୍ମାବତୀ’ଙ୍କ ସୌନ୍ଦର୍ଯ୍ୟ ‘ଆଲ୍ଲାଉଦ୍ଦିନ୍‌’ଙ୍କୁ ଏତେ ବିମୋହିତ କଲା ଯେ ସେ ନିଜ ବୁଦ୍ଧି, ବିବେକ ହରାଇ ବସିଲେ। କେବଳ ତାଙ୍କ ସୌନ୍ଦର୍ଯ୍ୟର ଟିକେ ଝଲକ୍‌ ପାଇବା ପାଇଁ ଗଡି ଚାଲିଲା ମୁଣ୍ଡ। ଭୟାବହ ଯୁଦ୍ଧର ପରିସମାପ୍ତି ହେଲା ସତ। ହେଲେ ପଦ୍ମାବତୀ ନିଜ ସତିତ୍ୱ ରକ୍ଷା ପାଇଁ ଅଗ୍ନିକୁ ଝାସ ଦେଲେ। ନିରାଶ ହେଲେ କୃର ଶାସକ ଆଲ୍ଲାଉଦ୍ଦିନ୍‌।

କିନ୍ତୁ ଆଜି ସ୍ଥିତି ଓଲଟା। ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ପଦ୍ମାବତୀ ପାଲଟିଛନ୍ତି ଆଲ୍ଲାଉଦ୍ଦିନ୍‌ଙ୍କ ହୃଦୟର ପାଟରାଣୀ।

ଆମେ କହୁଛୁ ‘ପଦ୍ମାବତ୍‌’ ଫିଲ୍ମର ସେହି ହିଟ୍‌ ଯୋଡି ଦୀପିକା, ରଣବୀର୍‌ଙ୍କ କଥା। ଉଭୟେ ଏବେ ଗୋଟିଏ ସୂତାରେ ବନ୍ଧା ପଡିଛନ୍ତି। ଦିହିଁଙ୍କର ସୁଖ, ଦୁଃଖ, ଭଲ, ମନ୍ଦ ଏବେ ଏକ ହୋଇଛି। ସରିଛି ବାହାଘର। ରିଅଲ୍‌ ଲାଇଫ୍‌ରେ ସିନା ଦୁହେଁ ଏକାଠି ହୋଇଛନ୍ତି କିନ୍ତୁ ଅଧିକାଂଶ ହିଟ୍‌ ଫିଲ୍ମରେ ଉଭୟଙ୍କର ବିଚ୍ଛେଦ ହିଁ ହୋଇଛି କ୍ଲାଇମାକ୍ସ।

ଫିଲ୍ମ ‘ରାମଲୀଳା’ ହେଉ କି ‘ବାଜିରାଓ ମସ୍ତାନୀ’। ଏସବୁ ଫିଲ୍ମରେ ରଣବୀର ଏବଂ ଦୀପିକାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ। ଫିଲ୍ମ ସୁପରହିଟ୍‌ ବି ହୋଇଥିଲା। କିନ୍ତୁ ଯଦି କେଉଁଠି କିଛି ଅଭାବ ପରିଲିକ୍ଷିତ ହେଉଥିଲା ତାହା ଥିଲା ରଣବୀର ଏବଂ ଦୀପିକାଙ୍କ ବିଚ୍ଛେଦ। ଦର୍ଶକେ ଏହି ଯୋଡିକୁ ସବୁବେଳେ ଏକାଠି ଦେଖିବାକୁ ଚାହିଁଛନ୍ତି। କିନ୍ତୁ କାହାଣୀ ଅନୁଯାୟୀ ସେମାନେ ଅଲଗା ରହିଛନ୍ତି।

ଆଜି ବାସ୍ତବରେ ସେମାନଙ୍କ ବିବାହ ପରେ, ଶୁଣିବାକୁ ମିଳୁଛି କି, ଅଲ୍ଲାଉଦ୍ଦିନ୍‌ଙ୍କ ହାତ ଧରିଛନ୍ତି ପଦ୍ମାବତୀ। ତ କିଏ କହୁଛି ରାମ ସହ ଲୀଲା ଆଉ ବିଜିରାଓଙ୍କ ସହ ମସ୍ତାନୀର ବିବାହ ହେଲା ବୋଲି। ସତରେ ବୋଧହୁଏ ଫ୍ୟାନ୍‌ମାନଙ୍କ ପାଇଁ ଏହାହିଁ ସବୁଠାରୁ ବଡ଼ ଉପହାର।

ସୂଚନାଯୋଗ୍ୟ, ଗତକାଲି ଇଟାଲିର ଲେକ୍ କୋମୋରେ ରଣବୀର ଏବଂ ଦୀପିକାଙ୍କ ବିବାହ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଗତକାଲି କୋଙ୍କଣୀ ପରମ୍ପରା ଅନୁଯାୟୀ ବିବାହ ସମ୍ପନ୍ନ ହେବା ପରେ ଆଜି ଦ୍ୱିତୀୟ ଥର ରଣଭୀର୍‌ଙ୍କ ସିନ୍ଧି ପରମ୍ପରା ଅନୁଯାୟୀ ବାହା ହେବାକୁ ଯାଉଛନ୍ତି।



from Odisha Reporter https://ift.tt/2PvMhDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages