କ୍ଲାସ୍‌  ରୁମ୍‌ରେ ଚାଲିଲା ବ୍ଲୁ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

କ୍ଲାସ୍‌  ରୁମ୍‌ରେ ଚାଲିଲା ବ୍ଲୁ ଫିଲ୍ମ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଖଚାଖଚ୍‌ ଛାତ୍ରୀଛାତ୍ର ଭର୍ତ୍ତି ଥିଲେ କ୍ଲାସ୍‌ ରୁମ୍‌ରେ। ବଡ ପ୍ରୋଜେକ୍ଟରେ କିଛି ନୂଆ କଥା ଜାଣିବାକୁ ମିଳିବ ବୋଲି ଉତ୍ସୁଖ ଥିଲେ ପିଲାମାନେ। ବାୟୋଲଜି ଷ୍ଟୁଡେଣ୍ଟମାନେ ଏକାଠି ହୋଇଥିବା ଏହି କକ୍ଷରେ କିନ୍ତୁ ହଠାତ୍‌ ଏମିତି କିଛି ଘଟିଗଲା, ଯାହା ଶ୍ମଶାନର ନୀରବତା ନେଇ ଆସିଲା।

ଆପଣ ଭାବୁଥିବେ ଏମିତି କିଛି ଘଟଣା ଘଟିଥିବ ଯାହା ଛାତ୍ରୀଛାତ୍ରଙ୍କୁ ଭଲ ଲାଗିଥିବ ଓ ସେମାନେ ସେହି ପାଠ ଟିକକ ପାଇଁ ଚୁପ୍‌ ହୋଇ ଯାଇଥିବେ।

ହେଲେ ଆପଣଙ୍କ ଭାବିବା ପୂରାପୂରି  ଭୁଲ୍‌। ବାସ୍ତବରେ ଏମିତି କିଛି ଘଟିଛି ଯାହା ଆପଣଙ୍କ କଳ୍ପନା ବାହାରେ। ଏଣୁ ଆମେ ଲେଖିବା ପୂର୍ବରୁ ଆପଣ ଆଦୌ ସେ ବିଷୟରେ କଳ୍ପନା କରି ନ ଥିବେ ବୋଲି ଆଶା।

ହଁ ଆଜ୍ଞା ସେମିତି କିଛି ହୋଇଛି।

କଥାଟା ହେଲା ଏମିତି। ଏହି ପିଲାମାନଙ୍କୁ ଲେକ୍ଚର ଦେବା ଲାଗି ଜଣେ ଶିକ୍ଷକ ନିୟୋଜିତ ହୋଇଥିଲା। ଏଣୁ ନିଜ ଲାପ୍‌ଟପ୍‌ ସହ ସେ କ୍ଲାସ୍‌ ରୁମ୍‌ରେ ଲାଗିଥିବା ପ୍ରୋଜେକ୍ଟରକୁ ସେ କନେକ୍ଟ କରି ରଖିଥିଲେ। ହେଲେ ତରବରିବା ଭାବେ ଭୁଲ୍‌ରେ ଗୋଟିଏ ଭିଡିଓ କ୍ଲିପ୍‌କୁ କ୍ଲିକ୍‌ କରି ଦେଇ ସେ ରୁମ୍‌ ବାହାରକୁ ଚାଲି ଯାଇଥିଲେ।  ଫଳରେ ଭୁଲ୍‌ ବଶତଃ ତାଙ୍କ ଲାପ୍‌ଟପ୍‌ରେ ଥିବା ବ୍ଲୁ ଫିଲ୍ମ ପ୍ଲେ ହୋଇଥିଲା। ଶିକ୍ଷକ ମହୋଦୟ ଏ ଖବର ପାଇ ଦଉଡି ଆସିଲା ବେଳକୁ କିନ୍ତୁ ଯାହା ନ ଦେଖିବା କଥା ସେ ସବୁ ପିଲାମାନେ ଦେଖି ସାରିଥିଲେ। ଶେଷ ଖବର ସୁଦ୍ଧା ସମ୍ପୃକ୍ତ ଶିକ୍ଷକଙ୍କୁ କୁଆଡେ ନିଲମ୍ବିତ କରାଯାଇଛି ବୋଲି ଜଣାପଡିଛି।

The Mirror’ରେ ପ୍ରକାଶିତ ରିପୋର୍ଟ ଆଧାରରେ ଆମେ ଏହି ଖବର ଜାଣିପାରିଥିଲେ ବି ଘଟଣାଟି କେଉଁଠିକାର ସେ ସମ୍ପର୍କରେ କିଛି ତଥ୍ୟ ହସ୍ତଗତ ହୋଇପାରି ନାହିଁ। Liveleak ନାମକ ଏକ ଭିଡିଓ ୱେବ୍‌ସାଇଟ୍‌ରେ ଏ ସମ୍ପର୍କିତ ଭିଡିଓ ପୋଷ୍ଟ ହୋଇଛି।

 



from Odisha Reporter https://ift.tt/2RIlvVp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages