କସାବକୁ ନେଇ ଏମିତି କୋର୍ଡ ୱାର୍ଡ ବ୍ୟବହାର କରିଥିଲା ମୁମ୍ବାଇ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

କସାବକୁ ନେଇ ଏମିତି କୋର୍ଡ ୱାର୍ଡ ବ୍ୟବହାର କରିଥିଲା ମୁମ୍ବାଇ ପୁଲିସ୍

kasab1

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ଦଶ ବର୍ଷ ପୂରିଛି। ୨୦୦୮ ମସିହାରେ ଆଜିର ଦିନରେ ହୋଇଥିଲା ଏହି ଆକ୍ରମଣ, ଯାହା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏଥିରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ।

ଆତଙ୍କବାଦୀ ସଂଗଠନ ଲଶ୍କର ଏ ତୋଏବା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ୧୦ ଆତଙ୍କବାଦୀ ସମୁଦ୍ର ପଥରେ ଆସି ମୁମ୍ବାଇର ପ୍ରମୁଖ ସ୍ଥାନମାନଙ୍କରେ ଏହି ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ଅପରେସନ୍‌ରେ ୯ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ଗିରଫ କରାଯାଇଥିଲା। ପରେ ତାକୁ ଫାଶୀ ଦିଆଯାଇଥିଲା।

କସାବର ଫାଶୀକୁ ନେଇ ଏବେ ଗୋଟିଏ କଥା ସାମ୍ନାକୁ ଆସିଛି। ମୁମ୍ବାଇ ପୁଲିସ୍ ଏହାର ଖୁଲାସା କରିଛି। ଫାଶୀର କିଛି ଦିନ ପୂର୍ବରୁ କସାବକୁ ମୁମ୍ବାଇରୁ ପୁଣେ ଜେଲ୍‌କୁ ପଠାଇବା ନେଇ ହୋଇଥିବା ଅପରେସନ୍‌ରେ ସାମିଲ କିଛି ପୁଲିସ୍ କର୍ମଚାରୀ ଏହି ଖୁଲାସା କରିଛନ୍ତି।

ଏହି ସୁରକ୍ଷାକର୍ମଚାରୀମାନେ କହିଛନ୍ତି ଯେ, ଏହି ଅପରେସନ୍ ସମୟରେ ସେମାନେ କେବଳ କୋଡ୍ ୱାର୍ଡରେ କଥାବାର୍ତ୍ତା କରୁଥିଲେ। ଏହି କୋର୍ଡ ୱାର୍ଡ ବିଷୟରେ କେବଳ ଅପରେସନ୍‌ରେ ସାମିଲ ପୁଲିସ୍ କର୍ମଚାରୀ ଓ ଗୃହ ମନ୍ତ୍ରୀ ଆର୍ ଆର୍ ପାଟିଲ ଜାଣିଥିଲେ।

ଏହି ଅପରେସନ୍‌ର ଶେଷ କୋର୍ଡ ୱାର୍ଡ ଥିଲା- ‘ପାର୍ସଲ ଫ୍ୟାକ୍ସ ପହୁଁଚ ଗୟା’। ଏହାର ଅର୍ଥ ‘କସାବକୁ ଜେଲ୍‌ରେ ପହଞ୍ଚାଇ ଦିଆଗଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଲିସ୍‌ର ଏକ ଟିମ୍ କସାବକୁ ମୁମ୍ବାଇର ଆର୍ଥର ରୋଡ୍ ସ୍ଥିତ ‘ଅଣ୍ଡା ଜେଲ୍’ରୁ ପୁଣେ ସ୍ଥିତ ୟରୱାଡ଼ା ସେଣ୍ଟ୍ରାଲ୍ ଜେଲ୍‌କୁ ନେଇଥିଲେ। ଏହି ଅପରେସନ୍‌ରେ ସାମିଲ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ୨୦୧୨ ନଭେମ୍ବର ୨୦ ତାରିଖରେ କସାବକୁ ବୁର୍ଖାରେ ପିନ୍ଧାଇ ପୁଲିସ୍ ଭ୍ୟାନ୍‌ରେ ବସା ଯାଇଥିଲା। ତାକୁ ୟରୱାଡା ଜେଲ୍‌ରେ ପହଞ୍ଚାଇବା ଏକ ବଡ଼ ଦାୟିତ୍ୱ ଥିଲା।

କସାବକୁ ମୁମ୍ବାଇରୁ ପୁଣେ ଜେଲ୍‌କୁ ପଠାଯିବାର ୭ ଦିନ ପୂର୍ବରୁ ତାକୁ ଫାଶୀ ଦେବାକୁ ୱାରେଣ୍ଟ ଜାରି ହୋଇସାରିଥିଲା।



from Odisha Reporter https://ift.tt/2FSUUEb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages