
ମୁମ୍ବାଇ: ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀ ଏବେ ନିଜକୁ ପ୍ରଭାବଶାଳୀ ଅଭିନେତାଙ୍କ ମଧ୍ୟରେ ସାମିଲ୍ କରିଛନ୍ତି। ନିକଟରେ ସେ ‘ବରେଲୀ କି ବର୍ଫି’, ‘ସ୍ତ୍ରୀ’,‘ମିର୍ଜାପୁର’ ଆଦି ଫିଲ୍ମ ଓ ୱେବ୍ ସିରିଜ୍ରେ ନଜର ଆସିଛନ୍ତି। ନିକଟରେ ସେ ଇଣ୍ଟରନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ)ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପଙ୍କଜଙ୍କ ଇଂରାଜୀକହିବା ଉପରେ ପ୍ରଶ୍ନ ଉଠିଥିଲା।ସେଠାରେ ତାଙ୍କୁ କୁହାଯାଇଥିଲା ଏହା ଏକ ଅନ୍ତର୍ଜାତୀୟ ସମ୍ମିଳନୀ,ଏଠାରେ ଇଂରାଜୀ କୁହନ୍ତୁ।
ହେଲେ ପଙ୍କଜ ଇଂରାଜୀ କହିବାକୁ ନିଜର ଅସମର୍ଥନ ଜଣାଇଥିଲେ। ଏହି ସମୟରେ ଜଣେ ଦର୍ଶକ କହିଥିଲେ ମୁଁ କୋରିଆରୁ ଆସିଛି। ଆପଣ ଇଂରାଜୀରେ ହିଁ କୁହନ୍ତୁ।
ପଙ୍କଜ କହିଥିଲେ, ‘‘ମୁଁ ଇଂରାଜୀରେ କହି ପାରିବି ନାହିଁ। ମୁଁ ହିନ୍ଦୀରେ କହିବି। କେହି ଜଣେ ତାକୁ ଇଂରାଜୀରେ ଅନୁବାଦ କରିଦେବେ।’’
ଏକଥା ଶୁଣି ଦର୍ଶକ ଜଣକ ଥଟ୍ଟାରେ କହିଥିଲେ ‘ଆପଣ ଜିନ୍ସ ତ ପିନ୍ଧୁଛନ୍ତି କିନ୍ତୁ ଇଂରାଜୀ କହି ପାରୁନାହାନ୍ତି?’
ଏହା ଶୁଣି ପଙ୍କଜ ଜବାବ ରଖିଥିଲେ। କହିଥିଲେ, ‘ଯେଉଁ ବୟସରେ ମୁଁଭାଷା ଶିଖୁଥିଲି, ସେ ସମୟରେ ଆମ ପାଖରେ ଜିନ୍ସ ପିନ୍ଧିବାର ସୁଯୋଗ ନଥିଲା’।
ପଙ୍କଜ ଆହୁରି କହିଥିଲେ- ‘ସାର୍ ମୁଁ କ’ଣ କରିବି,ମତେ ଇଂରାଜୀ ଆସୁନି।’
ତାଙ୍କର ଏହି କୌତୁହଳଭରା ଉତ୍ତର ଶୁଣି ସମସ୍ତେ ତାଳି ମାରିଥିଲେ।
from Odisha Reporter https://ift.tt/2Sd9mIq
No comments:
Post a Comment