
ବ୍ରିସ୍ବେନ୍:ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍ରେ ଅଧିକ ସ୍କୋର କରି ମଧ୍ୟ ଟିମ୍ ଇଣ୍ଡିଆର ପରାଜୟ ପରେ ବିଭିନ୍ନ କ୍ରିକେଟ୍ ପ୍ରଶଂସକ ଏବଂ ଖେଳାଳିମାନେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ତେବେ ପୂର୍ବରୁ ସୋଶାଲ ମିଡିଆ ଟ୍ୱିଟରରେ ବିଭିନ୍ନ ମଜାଦାର ଟ୍ୱଟି କରି ଚର୍ଚ୍ଚାରେ ରହିଆସିଥିବା କିମ୍ବଦନ୍ତୀ ଭାରତୀୟ ଖେଳାଳି ବୀରେନ୍ଦ୍ର ସେହ୍ୱାଗ ଏଥର ମଧ୍ୟ ତାଙ୍କର ଟ୍ୱିଟ୍ କାରନାମା ଦେଖାଇଛନ୍ତି।
ସେ ଏଥିରେ ଲେଖିଛନ୍ତି, ଯଦିଓ ଭାରତ ଅଧିକ ସ୍କୋର କରିଥିଲା ଅଷ୍ଟ୍ରେଲିଆର ହିଁ ବିଜୟ ହେଲା। କାରଣ ଅଷ୍ଟ୍ରେଲିଆର ସ୍କୋର୍ରେ ଜିଏସ୍ଟି ଲାଗିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହା ଉତ୍ସାହଜନକ ମ୍ୟାଚ୍କୁ ଏକ ଭଲ ଆରମ୍ଭ ବୋଲି କହିଛନ୍ତି ସେହ୍ୱାଗ।
India scoring more than Australia yet losing. Australia ke score par laga GST bhaari pad gaya. But a good thrilling game to start the series.#AUSvIND
— Virender Sehwag (@virendersehwag) November 21, 2018
ସୂଚନା ଯୋଗ୍ୟ ଯେ, ଟିମ୍ ଅଷ୍ଟ୍ରେଲିଆ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୧୭ ଓଭର୍ରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଡିଏଲ୍ ନିୟମ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ୧୭ ଓଭର୍ରେ ୧୭୪ ରନ୍ର ଟାର୍ଗେଟ ମିଳିଥିଲା। କିନ୍ତୁ ଦଳ ୭ ୱିକେଟ୍ ହରାଇ ମାତ୍ର ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା।
from Odisha Reporter https://ift.tt/2PJX25C
No comments:
Post a Comment