
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଭାରତୀୟ ଜନତା ପାର୍ଟି କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ଏହା ବିରୋଧରେ ପିଡିପି, କଂଗ୍ରେସ ଏବଂ ନ୍ୟାସନାଲ କନ୍ଫରେନ୍ସ ଖୁବ୍ ଶୀଘ୍ର ଏକାଠି ହେବାର ସୂଚନା ମିଳିଛି।
ପୂର୍ବରୁ ବିଜେପି ଏବଂ ପିଡିପିର ମେଣ୍ଟ ସରକାରରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ମୁଖ୍ୟମନ୍ତ୍ରୀ ଥିଲେ। ଗତ ଜୁନ୍ ୧୬ ତାରିଖରେ ବିଜେପି ସରକାରରୁ ଓହରିବା ପରେ ଏହି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି।
ଆସନ୍ତା ଡିସେମ୍ବର ୧୯ ତାରିଖରେ ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ୬ ମାସ ପୂର୍ତ୍ତି ହେବ। କିନ୍ତୁ ଏହାର ଅବଧି ବଢ଼ାଇବା ଅସମ୍ଭବ ହୋଇଥିବାରୁ ଏହା ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବ, କିନ୍ତୁ ୮୭ ଜଣିଆ ବିଧାନସଭାକୁ ଭାଙ୍ଗିବାର ସମ୍ଭାବନା ନାହିଁ ବୋଲି ଜଣାଯାଇଛି।
from Odisha Reporter https://ift.tt/2qWy6c5
No comments:
Post a Comment