ଦାନ୍ତେୱାଡ଼ା:ଗଣମାଧ୍ୟମକୁ ଟାର୍ଗେଟ୍‌ ନେଇ ନକ୍ସଲଙ୍କ ସଫେଇ, ଖଣ୍ଡନ କଲେ ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଦାନ୍ତେୱାଡ଼ା:ଗଣମାଧ୍ୟମକୁ ଟାର୍ଗେଟ୍‌ ନେଇ ନକ୍ସଲଙ୍କ ସଫେଇ, ଖଣ୍ଡନ କଲେ ଏସ୍‌ପି

ରାୟପୁର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଦୂରଦର୍ଶନର କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସ୍ପଷ୍ଟୀକରଣ ଦେଇଛି ନକ୍ସଲ ସଂଗଠନ। ଘଟଣାର ୩ ଦିନ ପରେ ଆଜି ନକ୍ସଲ ସଂଗଠନ ଏନେଇ ସ୍ଫଷ୍ଟୀକରଣ ରଖିଛି। ଏନେଇ ସିପିଆଇ ନକ୍ସଲ ପକ୍ଷରୁ ଦୁଇ ପୃଷ୍ଠାର ଏକ ଚିଠି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପୁଲିସ୍‌ ସହ ଗଣମାଧ୍ୟମ ପ୍ରତିନିଧି ଟିମ୍‌ ଥିଲେ ବୋଲି ଜାଣିପାରି ନଥିଲୁ। ଏଥିସହ ପୁଲିସ୍‌ ସହ ସାମ୍ବାଦିକମାନେ ନଯିବାକୁ ଚିଠି ମାଧ୍ୟମରେ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ କିଛି ଯବାନଙ୍କ ସହିତ ଦୂରଦର୍ଶନର ୩ ଜଣିଆ ଟିମ୍ ଛତିଶଗଡ଼ ଦାନ୍ତେୱାଡାର ସୁମେଲି କ୍ୟାମ୍ପ ନିକଟରେ ନିର୍ମତ ଏକ ପୁଲିଂ ବୁଥ୍‌ କଭ୍‌ରେଜ୍‌ରେ ଯାଉଥିବା ସମୟରେ ନକ୍ସଲ ଆକ୍ରମଣ ହୋଇଥିଲା। ଏଥିରେ ଡିଡି ନ୍ୟୁଜ୍‌ର ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଚ୍ୟୁତଙ୍କ ଘର ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡାରେ। ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବା ପାଇଁ ସେ ଏବଂ ତାଙ୍କ ଟିମ୍‌ ନକ୍ସଲପ୍ରବଣ ବସ୍ତର ଓ ଦାନ୍ତେୱାଡ଼ା ଅଞ୍ଚଳ ଗସ୍ତ କରୁଥିଲେ। ତେବେ ଅଚ୍ୟୁତଙ୍କ ମୃତ୍ୟୁ ପରେ ନକ୍ସଲମାନେ ଗଣମାଧ୍ୟମକୁ ଟାର୍ଗେଟ୍‌ କରିବାକୁ କେହି ଗ୍ରହଣ କରିପାରିନଥିଲେ ଏବଂ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ଏହି ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି, “ଡିଡି କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଆମ୍ବୁସ୍‌ ଘେରକୁ ଚାଲି ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଗଣମାଧ୍ୟମକୁ ଟାର୍ଗେଟ କରିବାର ଆମର କୌଣସି ଉଦ୍ଦେଶ୍ୟ ନଥିଲା।”

ଅନ୍ୟପକ୍ଷରେ ଦାନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବ ନକ୍ସଲଙ୍କ ବିବୃତ୍ତିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଯଦି ଏପରି ଉଦ୍ଦେଶ୍ୟ ନଥିଲା, କ୍ୟାମେରା କାହିଁକି ଛଡ଼ାଇ ନେଲେ? କାରଣ ଏପରି ମିଡିଆ ଆମ୍ବୁସ୍‌ର ପ୍ରଥମ କିଛି ମିନିଟ୍‌ରେ ଯାହା ଘଟିଥିଲା ଏହି କ୍ୟାମେରାରେ ସବୁ ରେକର୍ଡ ହୋଇଥିଲା। ସହିଦ କ୍ୟାମେରାମ୍ୟାନ୍‌ ଅଚ୍ୟୁତଙ୍କ ଶରୀରରେ ସଂଖ୍ୟାଧିକ ଗୁଳି ଏବଂ ଭାଙ୍ଗିଯାଇଥିବା ପଞ୍ଜରା କୌଣସି ପ୍ରକାର ଦର୍ଶାଉନାହିଁ ଯେ ଏପରି ଭୁଲ୍‌ରେ ହୋଇଯାଇଥିଲା।”

ସେମାନେ ଅଚ୍ୟୁତାନନ୍ଦଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଏଥିରେ ଦର୍ଶାଇଛନ୍ତି, ଆମେ ଜାଣିନଥିଲୁ ସୁରକ୍ଷାକର୍ମୀଙ୍କ ସହିତ ଦୂରଦର୍ଶନ ଟିମ୍‌ ମଧ୍ୟ ଥିଲା। ଗଣମାଧ୍ୟମକୁ ସେମାନଙ୍କର ବନ୍ଧୁ ବୋଲି କହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସେମାନଙ୍କୁ ବଦ୍‌ନାମ କରିବା ପାଇଁ ତାଙ୍କ ଉପରେ ଦୋଷ ଲଦୁଥିବା ସେମାନେ ସଫେଇ ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧି ସୁରକ୍ଷାକର୍ମୀଙ୍କ ସହିତ ଆସନ୍ତୁନାହିଁ।

ସେମାନେ ନଭେମ୍ବର ୧୨ ଏବଂ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସରକାରୀ କର୍ମଚାରୀମାନେ ମଧ୍ୟ ପୁଲିସ ସହିତ ନଆସିବାକୁ ଅନୁରୋଧ କରିଛନ୍ତି। ଏଥିରେ ଲେଖିଛନ୍ତି, ରାଜ୍ୟ ଗଠନ ହେବା ପରେ ବାରମ୍ବାର ନିର୍ବାଚନ ହେଉଛି, କିନ୍ତୁ ସବୁଥର ମିଛ ପ୍ରତିଶ୍ରୁତି ଦିଆଯାଉଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ସୁରକ୍ଷାକର୍ମୀଙ୍କ ବିନା ଅନୁମତିରେ ସେମାନେ ନକ୍ସଲପ୍ରବଣ ଅଞ୍ଚଳକୁ ଯିବେ, ସେମାନଙ୍କ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ରହିବ।



from Odisha Reporter https://ift.tt/2P0lGOO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages