
କଟକ(ଓଡ଼ିଶା ରିପୋର୍ଟର): ଓକିଲ-ପୁଲିସ୍ ବିବାଦ ମାମଲାରେ ଆଜି ବି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିନି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଉ କିଛି ଦିନ ସମୟ ମାଗିଛି। ତେଣୁ ମାମଲାର ପରବର୍ତ୍ତି ଶୁଣାଣିକୁ ଆସନ୍ତା ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଛି।
ଆଜି ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱବଧାନରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଗତକାଲି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଗତକାଲି ଚାର୍ଜସିଟ୍ ଦାଖଲ କରାଯାଇ ନପାରିବାରୁ ଆଜି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ପୂର୍ବରୁ ୯ ତାରିଖରେ କ୍ରାଇମବ୍ରାଞ୍ଚକୁ ଚାର୍ଜସିଟ୍ ଦାଖଲ କରିବାର ଥିଲା। ହେଲେ ଏଥିରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଥିଲା। କିଛିଦିନ ସମୟ ଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ଅଗ୍ରାହ୍ୟ କରିଦେବା ସହ ସୋମବାର ଚାର୍ଜସିଟ୍ ଦାଖଲ କରିବାକୁ କହିଥିଲେ।
ଗତକାଲି ଓକିଲ-ପୁଲିସ ବିବାଦ ମାମଲାରେ କୌଣସି ସମାଧାନ ହୋଇ ନ ପାରିବାରୁ ଆସନ୍ତାକାଲି ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଆସୋସିଏସନ୍।
from Odisha Reporter https://ift.tt/2OIMHBk
No comments:
Post a Comment