ଶୀତ ଦିନେ ଏସବୁ ଆଦୌ କରନ୍ତୁ ନାହିଁ, ନଚେତ୍‌ ବଢ଼ିଯିବ ଓଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଶୀତ ଦିନେ ଏସବୁ ଆଦୌ କରନ୍ତୁ ନାହିଁ, ନଚେତ୍‌ ବଢ଼ିଯିବ ଓଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନ ଆସିଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ଶରୀରକୁ ଅନେକ ରୋଗ ମାଡ଼ି ବସିଥାଏ। ବିଶେଷ କରି ଥଣ୍ଡା, ଜ୍ୱର ଓ କାଶ ତ ସବୁବେଳେ ଲାଗି ରହେ। ତେବେ ଆପଣ ବୋଧହୁଏ ଅନୁମାନ କରି ନ ଥିବେ ଯେ ଶୀତ ଦିନେ ଶରୀରର ଓଜନ ମଧ୍ୟ ବଢ଼ିବାକୁ ଲାଗେ। ଅଧିକାଂଶ ଲୋକ ଭାବିଥା’ନ୍ତି ଯେ ସେମାନେ ଖାଉଥିବା ଖାଦ୍ୟ ପାଇଁ ଶରୀରର ଓଜନ ବଢ଼ୁଛି। ହେଲେ କେବଳ ଖାଦ୍ୟ ନୁହେଁ, ବରଂ ଏମିତି ଅନେକ କାରଣ ରହିଛି, ଯାହା ଶୀତ ଦିନେ ଶରୀରର ଓଜନ ବୃଦ୍ଧି କରିଥାଏ।

ଏବେ ଆସନ୍ତୁ ଜାଣିବା, ଶୀତ ଦିନେ ଓଜନ ବୃଦ୍ଧିର କାରଣ ଏବଂ ଏହାର ନିରାକରଣ।

ଓଜନ ବଢ଼ିବାର କାରଣ 

୧. ଶୀତ ଦିନେ ଥଣ୍ଡା ଅଧିକ କାରଣରୁ ସାଧାରଣତଃ ଲୋକମାନେ ବାହାରକୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ। ସବୁବେଳେ ଜାକି ଜୁକି ହୋଇ ରହିଥା’ନ୍ତି। ଏପରିକି ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ମଧ୍ୟ ବନ୍ଦ କରି ଦିଅନ୍ତି। ଏହି କାରଣରୁ ଧୀରେ ଧୀରେ ଶରୀରର ଓଜନ ବଢ଼ିବାକୁ ଲାଗେ।

୨. ଶୀତ ଦିନେ ପରିବେଶ ଥଣ୍ଡା ଯୋଗୁ ଶରୀରରୁ ଅଧିକ ପରିମାଣର ଝାଳ ବାହାରେ ନାହିଁ। କାରଣ ଶୀତ ଦିନେ ଶରୀର ଏତେ ଶୀଘ୍ର ଗରମ ହୁଏ ନାହିଁ। ଫଳରେ ଶରୀରରେ ଜମିଥିବା ଚର୍ବି ମିଳାଇବାରେ ଅସୁବିଧା ହୁଏ।

୩. ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅପେକ୍ଷାକୃତ ଅଧିକ ଗରମା ଗରମ ତେଲଭାଜି, ଚା’, କଫି ଓ ମିଠା ଖାଇବାକୁ ପସନ୍ଦ କରନ୍ତି। ଏହା ଦ୍ୱାରା ଶରୀରର ଓଜନ ବୃଦ୍ଧି ହେବା ସ୍ୱାଭାବିକ ହୋଇପଡ଼େ।

୪. ଶୀତଦିନରେ ଅତ୍ୟଧିକ ଥଣ୍ଡା ଲଗୁଥିବାରୁ ଅନେକ ଲୋକ ପାଣି ପିଇବାରେ ଅବହେଳା କରନ୍ତି। ଶରୀରକୁ ଯଥେଷ୍ଟ ପରିମାଣରେ ପାଣି ନ ମିଳିଲେ ଏହା ହାଇଡ୍ରେଟ୍‌ ରହି ନ ଥାଏ ଓ ମେଟାବଲିଜିମ୍‌ ହ୍ରାସ ପାଇଥାଏ। ଫଳରେ ଓଜନ ବୃଦ୍ଧି ହୋଇଥାଏ।

ଓଜନ ବୃଦ୍ଧିକୁ କେମିତି ରୋକିବେ

୧. ଶୀତ ଦିନେ ଯଥେଷ୍ଟ ପାଣି ପିଅନ୍ତୁ। ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟ୍‌ କରିବା ସହ ମେଟାବଲିଜିମ୍‌କୁ ସକ୍ରିୟ ରଖିବ। ଫଳରେ ଶରୀରର ଓଜନ ନିୟନ୍ତ୍ରଣରେ ରହିବ।

୨. ଅଳସୁଆ ନ ହୋଇ ଶୀତ ଦିନେ ନିୟମିତ ସକାଳୁ ଉଠି ବ୍ୟାୟାମ୍‌ କିମ୍ବା ମର୍ଣିଂୱାକ୍‌ କରନ୍ତୁ। ଏହା ଆପଣଙ୍କୁ ଫିଟ୍‌ ରଖିବା ସହ ଆପଣଙ୍କ ମୁଡ୍‌କୁ ସତେଜ ରଖିବ। ଫଳରେ ଦିନସାରା ଆଉ ମାନ୍ଦା ଲାଗିବ ନାହିଁ।

୩.ଶୀତ ଦିନେ ଯେତେ ସମ୍ଭବ ପ୍ରଚୁର ପରିମାଣରେ ଫଳ ଏବଂ ସବୁଜ ପନିପରିବା ଖାଇବା ଆରମ୍ଭ କରନ୍ତୁ।

୪. ଶୀତ ଋତୁରେ ଅଧିକ ସମୟ ଶୁଅନ୍ତୁ ନାହିଁ, କାରଣ ଏହାଁ ହିଁ ଆପଣଙ୍କ ଶରୀର ପାଇଁ ସବୁଠୁ ବଡ଼ ଶତ୍ରୁ। ଆବଶ୍ୟକରୁ ଅଧିକ ଶୋଇଲେ ଓଜନ ବଢ଼ିଥାଏ।

୫. ଶୀତ ଋତୁରେ ଅଧିକାଂଶ ଲୋକ ଖାଇବା ପରେ ସିଧା ଘୋଡ଼େଇ ହୋଇ ଶୋଇ ପଡ଼ନ୍ତି। ଏପରି ଆଦୌ କରନ୍ତୁ ନାହିଁ, ବରଂ ଖାଇବା ପରେ କିଛି ସମୟ ଚଲା ବୁଲା କରନ୍ତୁ।



from Odisha Reporter https://ift.tt/2SfwBBA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages