
ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍ ପାଇଁ ଆସନ୍ତା ମାସରେ ଖେଳାଳି ନିଲାମ କରାଯିବ। ତା’ପୂର୍ବରୁ ଗତକାଲି ଆଇପିଏଲ୍ ଖେଳୁଥିବା ବିଭିନ୍ନ ଟିମ୍ ସେମାନେ କେଉଁ ଖେଳାଳିଙ୍କୁ ରଖିଲେ ଓ କେଉଁ ଖେଳାଳିଙ୍କୁ ଛାଡ଼ିଲେ, ତା’ର ତାଲିକା ପ୍ରକାଶ କରିଛନ୍ତି। ଏହି କ୍ରମରେ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟ ତା’ର ତାଲିକା ପ୍ରକାଶ କରିଛି। ଦଳ ଗୌତମ ଗମ୍ଭୀରଙ୍କ ହାତ ଛାଡ଼ି ଦେଇଛି।
ଗମ୍ଭୀରଙ୍କ ସହିତ ମହମ୍ମଦ ଶାମି, ସୟାନ ଘୋଷ, ଗୁରକୀରତ ସିଂହ ମନ ଓ ନମନ ଓଝାଙ୍କୁ ଦଳ ଛାଡ଼ି ଦେଇଛି। ତେବେ ଶ୍ରେୟସ ଆୟର, ରିଷଭ ପନ୍ତ ଓ ପୃଥ୍ୱୀ ଶ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି।
ଦଳ ୧୦ ଜଣ ଖେଳାଳିଙ୍କୁ ଛାଡ଼ି ଦେଇଥିବା ବେଳେ ୧୪ ଜଣଙ୍କୁ ରଖିଛି।
ଦଳରେ ଯେଉଁମାନେ ସ୍ଥାନ ବଜାୟ ରଖିଛନ୍ତି, ସେମାନେ ହେଲେ- ଶ୍ରେୟସ ଆୟର, ରିଷଭ ପନ୍ତ, ପୃଥ୍ୱୀ ଶ, ଅମିତ୍ ମିଶ୍ରା, ଅଭେଶ ଖାନ୍, ହର୍ଷଲ ପଟେଲ, ରାହୁଲ ତେୱାତିଆ, ଜୟନ୍ତ ଯାଦବ, ମନଜୋତ୍ କଲ୍ରା, କଲିନ୍ ମୁନ୍ରୋ, କ୍ରିସ୍ ମୋରିସ୍, କାଗିସୋ ରାବ୍ଦା, ସନ୍ଦୀପ ଲାମିଛନେ, ଟ୍ରେଣ୍ଟ୍ ବୋଲ୍ଟ।
ସେହିପରି ଦଳ ଗମ୍ଭୀର, ଶାମି, ସୟାନ ଘୋଷ ଓ ଗୁରକୀରତଙ୍କ ସହ ଯେଉଁମାନଙ୍କୁ ଛାଡ଼ି ଦେଇଛି, ସେମାନେ ହେଲେ- ଜାଶନ ରୟ, ଜୁନି୍ରର ଦଲା, ଲିଆମ ପ୍ଲଙ୍କିତ, ଡାନିଏଲ୍ ଖ୍ରୀଷ୍ଟିଆନ୍ ଓ ଗ୍ଲେନ୍ ମାକ୍ସୱେଲ୍।
ଆହୁରି ପଢ଼ନ୍ତୁ- ୧୧ ବର୍ଷ ପରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଫେରିଲେ ଧୱନ
from Odisha Reporter https://ift.tt/2K6hVl9
No comments:
Post a Comment