ମହିଳା ପୁଲିସ୍ ଅଫିସରଙ୍କୁ ଚାପୁଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ମହିଳା ପୁଲିସ୍ ଅଫିସରଙ୍କୁ ଚାପୁଡା

ଆଠଗଡ଼: କଟକ ଜିଲା ଆଠଗଡ଼ ବଡମ୍ବା ବ୍ଲକ ଘେରାଉ ବେଳେ ଗୁରୁବାର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ମହିଳା ASIଙ୍କୁ ଆନ୍ଦୋଳନରତ ମହିଳା ମାଡ଼ ମାରିଛନ୍ତି। ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ଘେରାଉ ବେଳେ ଆନ୍ଦୋଳନକାରୀ ମହିଳାଙ୍କ ଏମିତି ରୂପ ଦେଖିବାକୁ ମିଳିଛି ।

ଆନ୍ଦୋଳନକାରୀ ଜୋର ଜବରଦସ୍ତ ବ୍ଲକ କାର୍ଯ୍ୟାଳୟକୁ ପ୍ରବେଶ କରୁଥିବା ବେଳେ ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଏହି ସମୟରେ ମହିଳା ASI ମଧ୍ୟ ଉପସ୍ଥିତ ଥିଲେ। ମାତ୍ର ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ମହିଳା ଉତ୍ୟକ୍ତ ହୋଇ ସମ୍ପୃକ୍ତା ମହିଳା ପୁଲିସ୍‌ଙ୍କୁ ଦୁର୍ବ୍ୟବହାର କରିଥିଲେ। ସେଠାରେ ଚାଲିଯିବାକୁ ସେ ବାରମ୍ବାର ଧମକାଇଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ, ମହିଳା ଜଣକ ପୁଲିସ୍‌ ଦିଦିଙ୍କୁ ଚାପୁଡ଼ା, ବିଧା ମାରି ଚାଲିଥିଲେ। ଫଳରେ ପୁଲିସ୍‌ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲା। ମାତ୍ର କିଛି ସମୟ ମଧ୍ୟରେ ମହିଳା ପୁଲିସ୍‌ ଓ ଆନ୍ଦୋଳନକାରୀ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ୍‌ ଲାଗିଥିଲା। ଏହା ଦେଖି ପାଖରେ ଥିବା ଅନ୍ୟ କିଛି ପୁଲିସ୍‌ କର୍ମଚାରୀ ପ୍ରବେଶ କରି ଦୁହିଁଙ୍କୁ ଅଟକାଇଥିଲେ।

ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ ସରକାରଙ୍କ ଉପରେ ରାଗ ପୁଲିସ୍‌ ଉପରେ ଭାଜପା କର୍ମି ଶୁଝାଉଛନ୍ତି ବୋଲି କୁହାଯାଉଛି।

 



from Odisha Reporter https://ift.tt/2RI0SZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages