୧୮ଦିନ ପୂର୍ବରୁ ବିଧାନସଭା ବନ୍ଦ, ହାତ ମିଳାଇବାରେ ସରିଲା ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

୧୮ଦିନ ପୂର୍ବରୁ ବିଧାନସଭା ବନ୍ଦ, ହାତ ମିଳାଇବାରେ ସରିଲା ଅଧିବେଶନ

assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସହ କଂଗ୍ରେସର ଭିତିରି ବୁଝାମଣା ରହିଛି ବୋଲି ବିଜେପି ଆଣିଥିବା ଅଭିଯୋଗରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବିଧାନସଭାର ଶୀତ ଅଧିବେଶନକୁ ନିର୍ଦ୍ଧାରିତ ଅବଧିର ୧୮ଦିନ ପୂର୍ବରୁ ବନ୍ଦ କରିବା ଓ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯାଇ ତାଙ୍କ ସହ ହାତ ମିଳାଇବା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ବିଧାନସଭା ଶୀତ ଅଧିବେଶନ ନଭେମ୍ବର ୧୬ରୁ ଡିସେମ୍ବର ୧୫ତାରିଖ ମଧ୍ୟରେ ମୋଟ ୨୩ଦିନ ଚାଲିବାର ଥିଲା। କିନ୍ତୁ କୌଣସି ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ଉଭୟ ବିଜେଡି ଓ କଂଗ୍ରେସ ଏହି ଅଧିବେଶନକୁ ୧୮ଦିନ ପୂର୍ବରୁ ବନ୍ଦ କରିଦେଇଛନ୍ତି। ଶୀତ ଅଧିବେଶନକୁ ଆଜି ଶେଷ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯଥେଷ୍ଟ ସରକାରୀ କାର୍ଯ୍ୟ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ।

ଅବଶ୍ୟ ବିଜେପି ଏଭଳି ପ୍ରସ୍ତାବକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା।

ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଆଜି ଗୃହକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରିବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ଆସି ତାଙ୍କୁ ନମସ୍କାର କରିବା ସହ ହାତ ମିଳାଇଥିଲେ। ବିଜେଡିର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ହାତ ମିଳାଇବାକୁ ମଧ୍ୟ ନରସିଂହ ଭୁଲି ନଥିଲେ। ଏହା ବିରୋଧୀ ଦଳ ନେତାଙ୍କ ଗଣତାନ୍ତ୍ରିକ ସୌଜନ୍ୟବୋଧର ନିଦର୍ଶନ ନା ଆଉ କିଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ୧୮ଦିନ କାର୍ଯ୍ୟଦିବସ ଥାଇ ଗୃହ କାହିଁକି ବନ୍ଦ ହେଲା ସେ ସମ୍ପର୍କରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି। ବିଜେଡିର ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗୃହକୁ ପ୍ରଥମରୁ ଚଳାଇ ରଖିବା ସରକାର ଚାହୁଁନଥିଲେ। ବିଶ୍ୱ କପ୍ ହକି ଓ ବିଧାନସଭା ଅଧିବେଶନ ଏକସମୟରେ ଚାଲିଲେ ପୁଲିସ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାନ୍ତା। ଦ୍ୱିତୀୟତଃ ନିର୍ବାଚନ ଆଉ ମାତ୍ର ୪ମାସ ଥିବାବେଳେ ସରକାରଙ୍କ ବିରୋଧରେ ଆସିଥିବା ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ବିରୋଧୀ ଦଳ ଉଠାଇବା ପାଇଁ ଏକ ପ୍ଲାଟଫର୍ମ ପାଇଥାନ୍ତା। ବିଜେଡି ପକ୍ଷରୁ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଥିଲେ ମଧ୍ୟ ବିଧାନସଭାରେ ବିରୋଧୀ ଦଳ ଯେଉଁସବୁ ପ୍ରସଙ୍ଗ ଉଠାଉଛି ତାହା ନବୀନ ପଟ୍ଟନାୟକ ସରକାରର ଭାବମୂର୍ତ୍ତିକୁ ମଳିନ କରୁଛି।

ବିଜେଡିର ଚତୁର ଫ୍ଲୋର ମ୍ୟାନେଜମେଣ୍ଟ ଯୋଗୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଦାରୁ ଚିହ୍ନଟରେ ଫିକ୍ସିଂ, ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ, ରତ୍ନଭଣ୍ଡାର ଚାବି ହଜିବା ଘଟଣା, ମରୁଡ଼ି ଓ ଚାଷୀ ଆତ୍ମହତ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚିଟଫଣ୍ଡ ତଦନ୍ତ, ତିତଲି କ୍ଷତିଗ୍ରସ୍ତଙ୍କ ପୁନର୍ବାସ ଓ ଥଇଥାନ, ସେସୁକୁ ଅନାମଧେୟ କମ୍ପାନୀକୁ ବିକ୍ରି ପାଇଁ ମସୁଧା ଓ ବିନା ଟେଣ୍ଡରରେ ବିଶ୍ୱକପ୍ ହକି ପାଇଁ ବିଶାଳ ବଜେଟ ବିଶିଷ୍ଟ ପ୍ରସ୍ତୁତି କାର୍ଯ୍ୟକ୍ରମ ଆଦି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ବିରୋଧୀ ଦଳ ନିରବ ରହିଥିଲା।

ଗୃହକୁ ଚଳାଇ ରଖିବା ପାଇଁ ଶାସକ ଦଳ ଉପରେ ଚାପ ସୃଷ୍ଟି କରିବା ପରିବର୍ତ୍ତେ ଆଗୁଆ ବନ୍ଦ କରିଦେବାକୁ କଂଗ୍ରେସ ସମ୍ମତି ଦେବା ବି ରାଜନୀତିକ ବିଶ୍ଲେଷକଙ୍କୁ ଚକିତ କରିଛି। ଶାସକ ଦଳ ସହ କଂଗ୍ରେସ ବିଧାୟକ ଦଳର ଭିତିରି ବୁଝାମଣାକୁ ନେଇ ତାଙ୍କ ଦଳର ସଦସ୍ୟ ଶ୍ରୀ ଶଗରିଆ ଆଣିଥିବା ଅଭିଯୋଗ ମଧ୍ୟ ଏ ପରିପ୍ରେକ୍ଷୀରେ ଚର୍ଚ୍ଚିତ ହେଉଛି।



from Odisha Reporter https://ift.tt/2AiiVhS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages