ପଶ୍ଚିମ ଓଡ଼ିଶାରେ ମହାବନ୍ଦ, ସାମିଲ ହେଲାନି ବଲାଙ୍ଗିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ପଶ୍ଚିମ ଓଡ଼ିଶାରେ ମହାବନ୍ଦ, ସାମିଲ ହେଲାନି ବଲାଙ୍ଗିର

bandh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଓକିଲଙ୍କ ଆନ୍ଦୋଳନ। ଆଜିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇ ଦିନିଆ ମହାବନ୍ଦ ପାଳନ କରାଯାଉଛି। ଏଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ତେବେ ବଲାଙ୍ଗିର ଓକିଲ ସଂଘ ଏହି ବନ୍ଦରେ ସାମିଲ ହୋଇନି। ତେଣୁ ଏଠାରେ ମହାବନ୍ଦର ପ୍ରଭାବ ପଡ଼ି ନାହିଁ। ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ରହିଛି।

ସମ୍ବଲପୁର
ମହାବନ୍ଦ ଯୋଗୁ ଠପ୍ ହୋଇଯାଇଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର। ଏଠାରେ ଦୋକାନ,ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ତା’ସହିତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଟ୍ରେନ୍ କ୍ଷେତରାଜପୁର ଷ୍ଟେସନ୍ରେ ଅଟକି ରହିଛି।

ବରଗଡ଼
ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ସ୍ଥାନୀୟ ଲୋକମାନେ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି।

atabiraଜିଲ୍ଲାର ଅତାବିରାରେ ବନ୍ଦର ପ୍ରଭାବ ପଡ଼ିଛି। ଅତାବିରା ଓକିଲ ସଂଘ ପକ୍ଷରୁ ସହରର ବିଭିନ୍ନ ଛକରେ ପିକେଟିଂ କରାଯାଇଛି। ଏଥିଯୋଗୁଁ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଛକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଦେବଗଡ଼ ଓ ଝାରସୁଗୁଡ଼ା
ଦେବଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଛି। ଦେବଗଡ଼ରେ ଜାତୀୟ ରାଜପଥ ଉପରେ ଟ୍ରକ୍ ଗୁଡ଼ିକ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି।

deogarhସୁବର୍ଣ୍ଣପୁର
ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ବନ୍ଦକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏହି ମହାବନ୍ଦ ପ୍ରଭାବରେ ଜିଲ୍ଲାର ସୋନପୁର, ବୀରମହାରାଜପୁର, ବିନିକା ଓ ରାମପୁର ଅଞ୍ଚଳରେ ସଂପୂର୍ଣ୍ଣ ବନ୍ଦ ରହିଛି।

ସୁନ୍ଦରଗଡ଼
ଏଠାରେ ଦୋକାନ ବଜାର, ସ୍କୁଲ୍, କଲେଜ୍ ଓ ବ୍ୟାଙ୍କ ସହ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଓକିଲ ସଂଘ ସଦସ୍ୟମାନେ ବିଜୁ ଏକ୍ସପ୍ରେସ୍ ୱେର କିରେଇ ବାଇପାସ, ରାଣୀବଗିଚା ବାଇପାସ, ସୁନ୍ଦରଗଡ ଏମ୍ସିଏଲ ରାସ୍ତାର କଲେଜ ବାଇପାସଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁଁ ଶହ ଶହ ଗାଡ଼ିମଟର ଅଟକି ରହିବା ସହ ଏମ୍ସିଏଲରୁ କୋଇଲା ପରିବହନ ପୂରା ବନ୍ଦ ରହିଛି।

60ତେବେ ଏହି ମହାବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ସେହିପରି ବନ୍ଦକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

ବଲାଙ୍ଗିରେ ୧ରୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ ଦାବିରେ ଆସନ୍ତା ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। ତା’ସହ ୩ ତାରିଖରେ ବଲାଙ୍ଗିର ଜିଲ୍ଲା ବନ୍ଦ ଏବଂ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ, କଚେରୀ ବନ୍ଦ କରାଯିବ ବୋଲି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି କହିଛି।



from Odisha Reporter https://ift.tt/2DPRVtf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages