ବହୁ ଉଦ୍ୟମ ସତ୍ତ୍ୱେ ବାରମ୍ବାର କାର୍ଯ୍ୟରେ ବିଫଳ ହେବା ପଛରେ ଥାଇପାରେ ଏହି ୭ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ବହୁ ଉଦ୍ୟମ ସତ୍ତ୍ୱେ ବାରମ୍ବାର କାର୍ଯ୍ୟରେ ବିଫଳ ହେବା ପଛରେ ଥାଇପାରେ ଏହି ୭ କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନେକ କ୍ଷେତ୍ରରେ ଏପରି ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ନିଜ ସ୍ୱପ୍ନକୁ ସାକାର କରିବା ଅବା କୌଣସି କାମ ସମ୍ପୂର୍ଣ୍ଣ କରିବା ପାଇଁ ବହୁ ପରିଶ୍ରମ କରିବା ସତ୍ତ୍ୱେ ଏଥିରେ ବାରମ୍ବାର ବିଫଳ ହୋଇଥା’ନ୍ତି। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି,  ଯଦି କେହି ବାରମ୍ବାର ଚେଷ୍ଟା କଲେ ମଧ୍ୟ ତାଙ୍କୁ କାମରେ ସଫଳତା ମିଳୁନାହିଁ, ତେବେ ଏହା ପଛରେ ସେହି ବ୍ୟକ୍ତିଙ୍କ ଘରେ ଥିବା ବାସ୍ତୁ ଦୋଷ ଥାଇପାରେ। କୁହାଯାଏ, ଘରେ ଏପରି କିଛି ବସ୍ତୁ ବା ସାମଗ୍ରୀ  ଥିବା କାରଣରୁ ପରିବାର ସଦସ୍ୟଙ୍କ ସଫଳତାରେ ବାଧା ଉପୁଜେ। ଦୁର୍ଭାଗ୍ୟ ତାଙ୍କ ପଛ ଛାଡ଼େ ନାହିଁ।

ଏବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ସଫଳତାରେ ପ୍ରତିବନ୍ଧକ ସାଜୁଥିବା ସେହି ବସ୍ତୁ ସବୁ କ’ଣ?

୧. ଘର ଭିତରେ କେବେହେଲେ ବୋନ୍‌ସାଇ ଗଛ ରଖନ୍ତୁ ନାହିଁ। ଏହାଦ୍ୱାରା ଘରର ବାସ୍ତୁ ବିଧି ବିଗିଡ଼ିଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥା’ନ୍ତି।

୨. ଘରର ଉତ୍ତର-ପୂର୍ବ ଦିଗରେ କେବେ ବି ବଡ଼ ଓ ଭାରୀ ସାମଗ୍ରୀ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହୁଏ।

୩. ଖଟ ତଳେ ଭୁଲରେ ବି ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ। ଏହା ରୋଗ ଓ ମାନସିକ ଅଶାନ୍ତିର କାରଣ ସାଜିଥାଏ।

୪. ଦାନ ଓ ପୂଜା ପାଇଁ ଆସିଥିବା ସାମଗ୍ରୀକୁ ଅଧିକ ଦିନ ଯାଏ ଘରେ ରଖନ୍ତୁ ନାହିଁ। ଏହା ଅଶୁଭ ଫଳ ଦେଇଥାଏ।

୫. କଦାପି କୌଣସି ଦେବୀ ଓ ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ଘରେ ରଖନ୍ତୁ ନାହିଁ । ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ।

୬. ଘରେ ଅଚଳ କିମ୍ବା ଭଙ୍ଗା ଘଣ୍ଟା ରଖିଲେ, ଖରାପ ସମୟ ଲାଗି ରୁହେ ଏବଂ ଭଲ ସମୟ ଆସିପାରି ନ ଥାଏ।

୭. ଘରର ଉତ୍ତର-ପଶ୍ଚିମ ଦିଗକୁ କେବେହେଲେ ଅନ୍ଧାର ରଖନ୍ତୁ ନାହିଁ। କାରଣ ଏହି ଦିଗର ସମ୍ପର୍କ ସିଧାସଳଖ ଧନ ବା ଟଙ୍କା ସହିତ ରହିଥାଏ।



from Odisha Reporter https://ift.tt/2OLcQ2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages