ଏହିପରି ଘରେ ରହୁଥିବା ଲୋକ ଅଧିକ ରାଗନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଏହିପରି ଘରେ ରହୁଥିବା ଲୋକ ଅଧିକ ରାଗନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, କ୍ରୋଧ ମଣିଷର ପରମ ଶତ୍ରୁ। ତେବେ ମନରେ କ୍ରୋଧ ସୃଷ୍ଟି ହେବା ମଣିଷ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଆଉ ସାମାନ୍ୟ ପରିମାଣର କ୍ରୋଧିତ ହେବା ଏକ ସୁସ୍ଥ ଲକ୍ଷଣ। କିନ୍ତୁ ଏପରି କିଛି ଲୋକ ଅଛନ୍ତି,ଯେଉଁମାନେ କଥା କଥାକେ ରାଗନ୍ତି ଏବଂ ଅଧିକ ମାତ୍ରାରେ ରାଗିଥା’ନ୍ତି।
ଏହି ରାଗ କାରଣରୁ ଅନେକ ସମୟରେ ସମ୍ପର୍କ ବି ବିଗିଡ଼ି ଯାଇଥାଏ ଏବଂ ଏହାକୁ ନେଇ ବହୁ ସମସ୍ୟାର ବି ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଅତ୍ୟଧିକ ରାଗର କାରଣ ଆପଣ ରହୁଥିବା ଘର ବି ହୋଇପାରେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏପରି କିଛି ଘର ଥାଏ,ଯେଉଁଠାରେ ରହିବା ଦ୍ୱାରା ବ୍ୟକ୍ତି ଅଧିକ କ୍ରୋଧୀ ସ୍ୱଭାବର ହୋଇଥା’ନ୍ତି।

ବାସ୍ତୁ ଅନୁସାରେ, ଘରର ଦକ୍ଷିଣ-ପଶ୍ଚିମ ଦିଗ ଖୋଲା ରହିବା ଉଚିତ୍‌ ନୁହେଁ।
ଯଦି ଘରର ଦକ୍ଷିଣ-ପଶ୍ଚିମ ଦିଗ ଖୋଲା ରୁହେ,ତେବେ ସେହି ଘରର ଲୋକ ଅଧିକ କ୍ରୋଧୀ ହୋଇଥା’ନ୍ତି। ଏହିପରି ଘରେ ରହୁଥିବା ଲୋକେ ଅନ୍ୟମାନଙ୍କ ତୁଳନାରେ ଅଧିକ ଚିଡ଼ିଚିଡ଼ା ସ୍ୱଭାବର ହୋଇଥା’ନ୍ତି।

ବାସ୍ତୁରେ ଏହା ମଧ୍ୟ କୁହାଯାଇଛି, ଭୁଲ୍‌ରେ ବି ଘରକୁ ଅଳିଆ ବା ଅପରିଷ୍କାର କରି ରଖନ୍ତୁ ନାହିଁ। ଘର ଅଳିଆ ହେଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୋଧ ଭାବ ସୃଷ୍ଟି ହୁଏ।ଏପରି ଘରେ ଖୁସି ରହି ନ ଥାଏ। ଘରର ସଦସ୍ୟ ସର୍ବଦା ନିଜ ନିଜ ମଧ୍ୟରେ ଝଗଡ଼ା କରିବାରେ ବ୍ୟସ୍ତ ରୁହନ୍ତି।

ଏହା ସହିତ ଘରର ଦକ୍ଷିଣ-ପୂର୍ବ ଦିଗରେ ପାଣି ଟାଙ୍କି ରଖିବା ପାଇଁ ମଧ୍ୟ ମନା କରାଯାଇଛି। କୁହାଯାଏ, ଏହା ଦ୍ୱାରା ଘରେ ସୁଖ ଶାନ୍ତି ରୁହେନାହିଁ।



from Odisha Reporter https://ift.tt/2FiziAy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages