ନୋରା ଫତେହୀଙ୍କ ନାଚ ଭୁଲିଯିବେ, ଯଦି ଦେଖିବେ ଏହି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ନୋରା ଫତେହୀଙ୍କ ନାଚ ଭୁଲିଯିବେ, ଯଦି ଦେଖିବେ ଏହି ଭିଡିଓ

ମୁମ୍ବାଇ: ଚଳିତ ବର୍ଷ ଅଗଷ୍ଟରେ ଆସିଥିବା ଫିଲ୍ମ ସତ୍ୟମେବ ଜୟତେର ଗୀତ ‘ଦିଲ୍‌ବର୍‌’ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା। ଗୀତରେ ନୋରା ଫତେହୀଙ୍କ ଜବରଦସ୍ତ ଜଲୱା ଦେଖିବାକୁ ମିଳିଥିଲା।  ସେ ସେଥିରେ ଖୁବ୍‌ ସୁନ୍ଦର ବେଲି ଡ୍ୟାନ୍ସ ବି କରିଥିଲେ। ଏହି ଗୀତ ନୋରାହଙ୍କ କ୍ୟାରିଅର୍‌ର ସବୁଠୁ ହିଟ୍‌ ଗୀତ। ଏହି ଗୀତ ପରେ ନୋରାହାଙ୍କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା।

ଆଉ ଏବେ ଏହି ଗୀତରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଆପଣ ନୋରାଙ୍କୁ ବି ଭୁଲିଯିବେ।

ଏହି ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଜିଏମ୍ ନାମକ ଜଣେ ୟୁଜର ଏହାକୁ ଟ୍ୱିଟରରେ ଶେଆର କରି ଲେଖିଛନ୍ତି, ‘‘ ଏହାକୁ ଦେଖିବା ପରେ ଆଉ କେବେ ଦୀଲ୍‌ବର ଓରିଜିନାଲ୍‌ ଗୀତ ଦେଖିବିନି’’।

ଭିଡିଓରେ ସେ ଧଳା ସାର୍ଟ ଓ ପ୍ୟାଣ୍ଟ୍‌ ପିନ୍ଧି ଫର୍ମାଲ୍‌ ଲୁକ୍‌ରେ ଏକ ପାର୍ଟିରେ ଡ୍ୟାନ୍ସ କରୁଛନ୍ତି। ସେଠାରେ ଉପସ୍ଥିତ ସମସ୍ତ ଲୋକ ଖୁବ୍‌ ତାଳି ମାରି ନାଚର ଉପଭୋଗ କରୁଥିଲେ। ସେ ପୂରା ବଲିଉଡ୍‌ ଷ୍ଟାଇଲ୍‌ରେ ଲଟ୍‌କା ଝଟ୍‌କା ଦେଇ ଡ୍ୟାନ୍ସ କରୁଥିଲେ।  ଖାଲି ଏତିକି ନୁହେଁ ସେ ବେଲି ଡ୍ୟାନ୍ସ ବି କରୁଥିଲେ।

ଏହି ଗୀତଟି ୧୯୯୯ରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘ସିର୍ଫ୍‌ ତୁମ୍‌’ର। ପାଖାପାଖି ୨୦ ବର୍ଷ ପରେ ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ଏହାକୁ ରିମେକ୍‌ କରାଯାଇଛି। ପୂର୍ବରୁ ଏହି ଗୀତରେ ସୁସ୍ମିତା ସେନ୍‌ ଅଭିନୟ କରିଥିବା ବେଳେ ଏହାର ରିମେକ୍‌ରେ ନୋରା ବେଶ୍‌ ଆଦୃତି ଲାଭ କରିଛନ୍ତି।



from Odisha Reporter https://ift.tt/2QUcfNJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages