ପ୍ରତିଦିନ ଏକ କପ୍‌ ନାଲି ଚା’ ଆପଣଙ୍କୁ ରଖିବ ରୋଗମୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ପ୍ରତିଦିନ ଏକ କପ୍‌ ନାଲି ଚା’ ଆପଣଙ୍କୁ ରଖିବ ରୋଗମୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନାଲି ଚା’ ପିଇବା ସ୍ୱାସ୍ଥ୍ୟପକ୍ଷେ ହିତକର। ଏହା ହୃଦ୍‌ଯନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିସହ ଏହା ମଧୁମେହ ରୋଗରୁ ମଧ୍ୟ ସୁରକ୍ଷା ଦିଏ।

ଏବେ ଆସନ୍ତୁ, ନାଲି ଚା’ରୁ ଶରୀରକୁ ମିଳୁଥିବା ଅନ୍ୟ ସବୁ ଉପକାର ସମ୍ପର୍କରେ ଜାଣିବା।

୧. ନାଲି ଚା’ରେ ଥିବା ଔଷଧୀୟ ଗୁଣ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ନାଲି ଚା’ରେ କ୍ଷୀର ମିଶୁ ନ ଥିବାରୁ ଏହା ପିଇବା ଦ୍ୱାରା ସହଜରେ ଶରୀରର ଓଜନ ହ୍ରାସ ପାଇଥାଏ।

୨. ନାଲି ଚା’ ବା ବ୍ଲାକ୍‌ ଟି’ ମାନସିକ ଅବସାଦ ଦୂର କରେ। ଗୋଟିଏ କପ୍‌ ନାଲି ଚା’ କେବଳ ମାନସିକ ଚାପ ଦୂର କରେ ନାହିଁ, ବରଂ ମନରେ ସତେଜତା ଭରିଦିଏ। ଏହା ମସ୍ତିଷ୍କର କୋଷଗୁଡ଼ିକୁ ସୁସ୍ଥ ରଖିବା ସହ ସେଥିରେ ରକ୍ତ ପ୍ରବାହକୁ ତ୍ୱରାନ୍ୱିତ କରିଥାଏ। ଆଉ ଆପଣ ଯଦି କ୍ରମାଗତ ମାନସିକ ସ୍ତରରେ ଅବସାଦଗ୍ରସ୍ତ ରହୁଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନକୁ ୩ରୁ ୪ କପ୍‌ ନାଲି ଚା’ ପିଅନ୍ତୁ।

୩. ନାଲି ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ହୃଦ୍‌ଯନ୍ତ୍ରକୁ ସୁସ୍ଥ ରଖେ। ଏହା ଧମନୀରେ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ଫଳରେ ହୃଦ୍‌ଘାତର ଭୟ ରୁହେ ନାହିଁ।

୪. ପ୍ରତିଦିନ ନାଲି ଚା’ ପିଇଲେ, ଫୁସଫୁସ୍ କ୍ୟାନସରରୁ ସୁରକ୍ଷା ମିଳିଥାଏ। କାରଣ ଏହା ଶରୀରରେ ଥିବା କ୍ୟାନସର୍‌ କୋଷଗୁଡ଼ିକୁ ନଷ୍ଟ କରିଦିଏ।

୫. ନିୟମିତ ନାଲି ଚା’ ପିଇଲେ,  ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା ହ୍ରାସ ପାଇଥାଏ।

୬. ସାଧାରଣତଃ କ୍ଷୀର ଚା’ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ। ହେଲେ ନାଲି ଚା’ ପିଇଲେ, ଗ୍ୟାସ୍‌ ହୋଇ ନ ଥାଏ।



from Odisha Reporter https://ift.tt/2Q300Bz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages