ଏଇଟା କ’ଣ ଜୟାଙ୍କ ପ୍ରତିମୂର୍ତ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଏଇଟା କ’ଣ ଜୟାଙ୍କ ପ୍ରତିମୂର୍ତ୍ତି?

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମ୍‌କେ ପକ୍ଷରୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଲୋକାର୍ପିତ କରାଯାଇଛି। ଜୟାଙ୍କ ସ୍ମୃତିରେ ଏଭଳି ପ୍ରତିମୂର୍ତ୍ତି ଲୋକାପର୍ଣ କରାଯାଇଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ ଆଜି ଲୋକାର୍ପିତ ହୋଇଥିବା ଜୟାଙ୍କ ପ୍ରତିମୂର୍ତ୍ତିର ମୁହଁଟି ଆଦୌ ତାଙ୍କ ଭଳି ଦେଖାଯାଉନାହିଁ।

ବରଂ ଏହାର କିଛି ଅଂଶ ବିଦ୍ରୋହୀ ନେତ୍ରୀ ଶଶିକଳାଙ୍କ ସହ ମିଶୁଛି। ଅନେକ ଲୋକ ଏ ପ୍ରତିମୂର୍ତ୍ତି କାହାର ବୋଲି ପ୍ରଶ୍ନ କରି ଟ୍ୱିଟ୍‌ରେ ପ୍ରଶ୍ନ କରିଛନ୍ତି। ଏଥିସହ ଜୟାଙ୍କ ପ୍ରତିମୂର୍ତ୍ତି ସହ ଶଶିକଳାଙ୍କ ଫଟୋକୁ ଯୋଡ଼ି ନାନା ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି।

ଆଜି ଏମ୍‌ଆଇଏଡିଏମ୍‌କେର ଦୁଇ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମ୍‌ ମିଳିତ ଭାବେ ଜୟାଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାପର୍ଣ କରିଥିଲେ। ଏହି ପ୍ରତିମୂର୍ତ୍ତିଟି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜୟାଙ୍କ ମାର୍ଗଦର୍ଶକ ଏମ୍‌ଜି ରାମଚନ୍ଦ୍ରନଙ୍କ ପ୍ରତିମୂର୍ତ୍ତି ପାଖରେ ରହିଛି। ଏହା ଲୋକାର୍ପଣ ହେବା ପରେ ଦଳୀୟ କର୍ମୀମାନେ ପ୍ରତିମୂର୍ତ୍ତିର ପାଦ ଛୁଇଁ ପ୍ରଣାମ କରିବା ସହ ପରସ୍ପରକୁ ମିଠା ଦେଇଥିଲେ। ତେବେ ପ୍ରତିମୂର୍ତ୍ତିଟି ଜୟାଙ୍କ ଭଳି ଦିଶୁନାହିଁ ବୋଲି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା। ତେବେ ଏମ୍‌ଆଇଏଡିଏମକେ ଏହା ଜୟାଙ୍କ ପ୍ରତିମୂର୍ତ୍ତି ବୋଲି ଦାବି କରିଛି।

ଜୟାଙ୍କ ପ୍ରତିମୂର୍ତ୍ତି ବ୍ୟତୀତ ଆଜି ଏଆଇଏଡିଏମକେ ପକ୍ଷରୁ ନିଜର ଜେ ଟିଭି ନାମରେ ଏକ ନ୍ୟୁଜ ଚ୍ୟାନେଲ୍‌ ଆରମ୍ଭ କରାଯାଇଛି।



from Odisha Reporter https://ift.tt/2qLYNjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages