କିଛି ସପ୍ତାହ ହେବ ବିଜୁ ଗୁଣ୍ଡାବାହିନୀର ଗୁଣ୍ଡାଗର୍ଦ୍ଦି ବଢ଼ିଚାଲିଛି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

କିଛି ସପ୍ତାହ ହେବ ବିଜୁ ଗୁଣ୍ଡାବାହିନୀର ଗୁଣ୍ଡାଗର୍ଦ୍ଦି ବଢ଼ିଚାଲିଛି: ବୈଜୟନ୍ତ

kharabela

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ସେ ଟ୍ୱିଟ୍ କରି କହିଛନ୍ତି, ଏବେ ସବୁଦିନେ ଏମିତି ଘଟୁଛି। ବିଜେଡି ଏବେ ଏତେ ତଳକୁ ଖସି ଯାଇଛି।

ସେହିଭଳି ଆଉ ଏକ ଟ୍ୱିଟ୍‌ରେ ସେ କହିଛନ୍ତି,“କିଛି ସପ୍ତାହ ହେବ ବିଜୁ ଗୁଣ୍ଡାବାହିନୀର ଗୁଣ୍ଡାଗର୍ଦ୍ଦି ବଢ଼ିଚାଲିଛି। ରାଜ୍ୟ ସରକାରଙ୍କ ପାଣ୍ଠିରେ ପରିଚାଳିତ ବିଜୁ ଗୁଣ୍ଡାବାହିନୀ ମୋ ସମେତ ଅନ୍ୟ ନେତାଙ୍କ ସାଧାରଣ ସଭା ଭଣ୍ଡୁର କରୁଛି। ୪ ବର୍ଷ ହେଲା ଏଭଳି ହିଂସା ରାଜ୍ୟରେ ବଢ଼ିଛି। ବର୍ତ୍ତମାନ ଏହା ଶୀର୍ଷରେ ରହିଛି।”

କାଶୀପୁରରେ ଚାଲିଥିବା ପଥପ୍ରାନ୍ତ ସଭାରେ ସରକାରଙ୍କ ବିରୋଧରେ ବିଷ ଓଗାଳୁଥିଲେ ଖାରବେଳ। ଭାଷଣକୁ ସେ ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିଲେ। ଠିକ୍ ଏତିକି ବେଳେ ଆସିଲେ କିଛି ଅସାମାଜିକ ଲୋକ। ପ୍ରଥମେ ନୀଳ ଟି’ ଶାର୍ଟ ପିନ୍ଧିଥିବା ସୁମନ୍ତ ନାମକ ଯୁବକ ତାଙ୍କୁ ମାଡ଼ ମାରିଥିଲେ। ଧମକାଇ ପଚାରିଥିଲେ, ସଭା କରିବାକୁ କେଉଁଠୁ ଅନୁମତି ପାଇଲ? ତା’ପରେ ଫୋନ୍ କରି ୪-୫ ଜଣ ଯୁବକଙ୍କୁ ସେ ସ୍ଥାନକୁ ଡକାଇଥିଲେ।

ଖାରବେଳଙ୍କ ପାଖକୁ ଆସି ସୁମନ୍ତ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଆଉ ତା’ ପରେ ମାଡ଼ ମାରିଥିଲେ। ଖାରବେଳଙ୍କ ଅଭିଯୋଗ ଖୋଦ୍ ମୁଖ୍ୟମନ୍ତ୍ରୀ ଏସବୁ କରାଉଛନ୍ତି।

ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପଥପ୍ରାନ୍ତ ସଭାବେଳେ ଖାରବେଳଙ୍କ ଉପରେ ଆକ୍ରମଣ ହୋଇଥିଲା। ଅକ୍ଟୋବର ୨୪ରେ ଆଳିରେ ସଭା କରୁଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଏଥିରେ ତାଙ୍କ ଗାଡ଼ି ବି ଭାଙ୍ଗି ଯାଇଥିଲା। ଏହାର ସାତ ଦିନ ପରେ ବାଲେଶ୍ୱରର ଖଇରାରେ ପଥପ୍ରାନ୍ତ ସଭା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ଦୁଇଟି ଯାକ ଘଟଣାରେ ସେ ବିଜେଡିକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ। ଖାରବେଳଙ୍କ ଉପରେ ଏପରି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ ବିରୋଧୀ।

ଆହୁରି ପଢ଼ନ୍ତୁ: ଏ ରାଜ୍ୟରେ ଆଇନର ଶାସନ ଅଛି ତ?



from Odisha Reporter https://ift.tt/2Qf4eWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages