ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା; ପୃଥ୍ୱୀ ଶ’ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା; ପୃଥ୍ୱୀ ଶ’ ଆହତ

shaw

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦଳ ସେଠାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳି ସାରିଛି। ଡିସେମ୍ବର ୬ ତାରିଖରୁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ତେବେ ତା’ପୂର୍ବରୁ ଭାରତକୁ ମିଳିଛି ଏକ ଖରାପ ଖବର। ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆହତ ହୋଇଛନ୍ତି।

ସିଡ୍‌ନୀ ଗ୍ରାଉଣ୍ଡରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁ ଥିବା ବେଳେ ଆହତ ହୋଇଛନ୍ତି ଶ’। ଫିଲ୍ଡିଂ କରୁଥିବା ବେଳେ ବାଉଣ୍ଡ୍ରି ନିକଟରେ ଏକ କ୍ୟାଚ୍ ଧରିବାକୁ ଉଦ୍ୟମ କଲା ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଛି।


ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମ୍ୟାକ୍ସ ବ୍ରୋୟଣ୍ଟ ଏକ ଉଚ୍ଚା ଶଟ୍‌ ଖେଳିଥିଲେ। ବଲ୍‌କୁ କ୍ୟାଚ୍ କରିବାକୁ ଶ’ ଜୋରସୋର ପ୍ରୟାସ କରିଥିଲେ। ଆଉ ସେତେବେଳେ ସେ ଖସି ପଡ଼ିଥିଲେ ଓ ଗୋଇଠି ମୋଡ଼ି ହୋଇଯାଇଥିଲା।

ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପୃଥ୍ୱୀ ଶ’ଙ୍କ ଆଘାତ କେତେ ଗମ୍ଭୀର, ତାହା ଡାକ୍ତରୀ ଟିମ୍ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ସିରିଜ୍‌ ବରାବର୍


from Odisha Reporter https://ift.tt/2QoiZXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages