ଦିନସାରା ନ୍ୟୁଜ୍‌ ପଢ଼ିପାରିବେ ଏହି ଆଙ୍କର୍‌, ଜାଣନ୍ତୁ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଦିନସାରା ନ୍ୟୁଜ୍‌ ପଢ଼ିପାରିବେ ଏହି ଆଙ୍କର୍‌, ଜାଣନ୍ତୁ କିଏ

ଏମିତି ନ୍ୟୁଜ୍‌ ଆଙ୍କର ବା ଉପସ୍ଥାପକ ଯିଏ କି ଦିନରାତି ନ୍ୟୁଜ୍‌ ପଢ଼ି ମଧ୍ୟ ଥକିଯିବେନି। କେବଳ ସ୍କ୍ରିପ୍ଟ୍‌ ଯୋଗେଇ ପାରିଲେ ହେଲା। ଆଜ୍ଞା ହଁ ଏମିତି ଉପସ୍ଥାପକଙ୍କୁ ନିଜ ନ୍ୟୁଜ୍‌ରୁମ୍‌ରେ ସାମିଲ୍‌ କରିଛି ଚୀନ୍‌ର ସରକାରୀ ଖବର ସରବରାହ ସଂସ୍ଥା ସିନ୍‌ହୁଆ। ଏହି ଆଙ୍କରଙ୍କ ନାମ କି ହାଓ ଯିଏକି ଜଣେ ମଣିଷ ନୁହେଁ, ବରଂ ବିଶ୍ୱର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଙ୍କର।

ଏହି ଆଙ୍କରଙ୍କର ଉପସ୍ଥାପନାରୁ କେହି ବି ଠଉରେଇ ପାରିବେନି ସେ ଜଣେ ମନୁଷ୍ୟ ନୁହନ୍ତି ବୋଲି। କାରଣ ତାଙ୍କ ଟାଇ, ସୁଟ୍‌ ଏବଂ ଷ୍ଟାଇଲିଷ୍‌ କେଶସଜ୍ଜା ସାଙ୍ଗକୁ ନ୍ୟୁଜ୍‌ ପଢ଼ିବାବେଳେ ମୁଖଭଙ୍ଗୀ ଆପଣଙ୍କୁ ଆରାମରେ ଠକିଦେଇପାରିବ। ଏପରିକି ଆଖିପତା ଏବଂ ଭୃଲତା ଏପଟ ସେପଟ ହେବା ମଧ୍ୟ ଅତି ସାଧାରଣ।

ଏହା ଇଂରାଜୀରେ ନିଜ ବିଷୟରେ କହୁଥିବା ଏକ ଭିଡିଓ ମଧ୍ୟ ସଦ୍ୟ ଇଣ୍ଟରନେଟ୍‌କୁ ଆସିଛି। ସେ କହୁଥିବାର ଶୁଣାଯାଉଛି, ଆପଣମାନଙ୍କୁ ନିରବଚ୍ଛିନ୍ନଭାବେ ଖବର ଯୋଗାଇଦେପାରିବି। ଅନ୍ତର୍ଜାତୀୟ ମାନର ଟେକ୍ନୋଲୋଜି ବ୍ୟବହାର କରି ଆପଣଙ୍କୁ ଏପରି ନୂତନ ଅନୁଭୂତି ଦେବାର ସମୟ ଆସିଛି। ଏହା ସୋଗୋଉ ନାମକ ଏକ ସର୍ଚ୍ଚ ଇଞ୍ଜିନ୍‌ ଦ୍ୱାରା ବିକଶିତ ଏବଂ ମେସିନ୍‌ ଲର୍ଣ୍ଣି ଟେକ୍ନୋଲୋଜି ବ୍ୟବହାର କରୁଛି।

ସିନ୍‌ହୁଆ ପକ୍ଷରୁ କୁହାଯାଇଛି, ଏହା କେବଳ ଖବର ପଢ଼ିବାରେ ସୀମିତ ରହିବନି। ଭବିଷ୍ୟତରେ ଆଇମା କାହାଣୀ ଶୁଣାଇବାରେ ମଧ୍ୟ ସମର୍ଥ ହେବ ଏହି ଟେକ୍ନୋଲୋଜି। ଏହି ଆଙ୍କରଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।



from Odisha Reporter https://ift.tt/2RKC8Q7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages