ପଞ୍ଜାବ ୯ ଜଣଙ୍କୁ ରଖିଲା ୯ ଜଣଙ୍କୁ ଛାଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ପଞ୍ଜାବ ୯ ଜଣଙ୍କୁ ରଖିଲା ୯ ଜଣଙ୍କୁ ଛାଡ଼ିଲା

yuvraj

ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍‌ ପାଇଁ ଡିସେମ୍ବର ମାସରେ ଖେଳାଳି ନିଲାମୀ ହେବାକୁ ଥିବା ବେଳେ ତା’ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୯ ଜଣ ଖେଳାଳିଙ୍କୁ ରଖିଥିବା ବେଳେ ଆଉ ୯ ଜଣଙ୍କୁ ଛାଡ଼ି ଦେଇଛି। ଅର୍ଥାତ୍ ୯ ଜଣ ଖେଳାଳି ଟିମ୍‌ରେ ସ୍ଥାନ ବଜାୟ ରଖିଥିବା ବେଳେ ଆଉ ୯ ଜଣ ବାଦ୍ ପଡ଼ିଛନ୍ତି।

ଯେଉଁ ୯ ଜଣଙ୍କୁ ଦଳ ଛାଡ଼ି ଦେଇଛି, ସେମାନଙ୍କ ମଧ୍ୟରେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହଙ୍କ ସହିତ ଆରୋନ୍ ଫିଞ୍ଚ୍ ଅଛନ୍ତି।

ଆଇପିଏଲ୍‌ର ଗତ ସିଜିନ୍‌ରେ ଯୁବରାଜଙ୍କ ପ୍ରଦର୍ଶନ ଆଦୌ ଭଲ ନଥିଲା। ଗତ ସିଜିନ୍‌ରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ୮ଟି ମ୍ୟାଚ୍ ଖେଳିଥିବା ବେଳେ ୧୦.୩୮ ହାରରେ ୬୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଭଳି ଫିଞ୍ଚ୍‌ ମଧ୍ୟ ଫେଲ୍ ମାରିଥିଲେ। ସେ ପଞ୍ଜାବ ପକ୍ଷରୁ ୧୦ଟି ମ୍ୟାଚ୍ ଖେଳି ୧୬.୭୫ ହାରରେ ୧୩୪ ରନ୍ କରିଥିଲେ।

ଟିମ୍ ପାଇଁ ନିଯୁକ୍ତ ନୂଆ କୋଚ୍ ମାଇକ୍ ହେସନ୍ କହିଛନ୍ତି, ଆମେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ଦଳରେ ରଖିଛୁ। ଦଳ ଯେପରି ସନ୍ତୁଳିତ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବା ପରେ କିଛି ଖେଳାଳିଙ୍କୁ ରଖାଯାଇଛି ଓ କିଛି ଖେଳାଳିଙ୍କୁ ଛଡ଼ା ଯାଇଛି।

କିଙ୍ଗ୍ସ ଏକାଦଶ ପଞ୍ଜାବ ଯେଉଁ ଖେଳାଳିମାନଙ୍କୁ ରଖିଛି, ସେମାନେ ହେଲେ- ଆର୍ ଅଶ୍ୱିନ୍‌, କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ୍‌, କରୁଣ ନାୟର, ଆଣ୍ଡ୍ର୍ୟୁ ଟାଇ, ମୁଜୀବ ଉର୍ ରହମାନ୍, ଅଙ୍କିତ୍ ରାଜପୁତ୍, କ୍ରିସ୍ ଗେଲ୍ ଓ ଡାଭିଡ୍ ମିଲର।

ଦଳ ଯେଉଁମାନଙ୍କୁ ଛାଡ଼ି ଦେଇଛି, ସେମାନେ ହେଲେ- ଯୁବରାଜ ସିଂହ, ଆରୋନ୍ ଫିଞ୍ଚ୍, ମୋହିତ୍ ଶର୍ମା, ମନୋଜ ତିୱାରୀ, ବରିନ୍ଦର ସ୍ରାନ୍, ଆକାଶଦୀପ ନାଥ, ପ୍ରଦୀପ ସାହୁ, ମୟଙ୍କ ଡଗର ଓ ମଞ୍ଜୁର।



from Odisha Reporter https://ift.tt/2QRqMKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages