
ଲକ୍ଷ୍ନୌ:ଆଜି ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ର ୨୪ ଘଣ୍ଟା ପୂର୍ବରୁ ଏକ୍ନା ଷ୍ଟାଡିୟମ୍ର ନାମକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ନାମକୁ ପରିବର୍ତ୍ତନ କରାଯାଇଛି। ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରକୁ ଅଟଳ ବହୁଦିନ ଧରି ପ୍ରତିନିଧିତ୍ୱ କରିଥିବାରୁ ତାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହା ଲକ୍ଷ୍ନୌରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍, ତେଣୁ ଏହାକୁ ନେଇ ସ୍ଥାନୀୟ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିବା ଜାଣିବାକୁ ମିଳିଛି।
ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକଙ୍କ ଅନୁମୋଦନ ମିଳିଥିବା ଏହି ଷ୍ଟାଡିୟମ୍ର ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍’ ନାମରେ ପରିଚିତି ଲାଭ କରିଥିବା ଜଣାଯାଇଛି। ଲକ୍ଷ୍ନୌ ଡେଭଲପ୍ମେଣ୍ଟ ଅଥରିଟି ଦେଇଥିବା ସୂଚନା ଅନୁଯାୟୀ, ଏକ୍ନା ସ୍ପୋର୍ଟସ ସିଟି ପ୍ରାଭେବଟ୍ ଲିମିଟେଡ୍, ଜିସି କନ୍ଷ୍ଟ୍ରକ୍ସନ୍ସ, ଡେଭଲପମେଣ୍ଟ ଇଣ୍ଡଷ୍ଟ୍ରୀଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏଲ୍ଡିଏ ମଧ୍ୟରେ ହୋଇଥିବା ଚୁକ୍ତିର ୧୭.୫.୧ ଧାରା ଅନୁଯାୟୀ ପ୍ରକଳ୍ପ ନିର୍ମାଣ ସରିବାପରେ ଯାଇ ଏହାର ନାମ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ପାରିବ। କିନ୍ତୁ ରାଜ୍ୟ ସରକାର କ୍ଷମତା ପ୍ରୟୋଗ କରି ଏହି ବହୁ ଚର୍ଚ୍ଚିତ ମ୍ୟାଚ୍ ପୂର୍ବରୁ ନାମକରଣ ସମ୍ଭବ କରିପାରିଛନ୍ତି।
ଦୀପାବଳି ଅବସରରେ ଉତ୍ତରପ୍ରଦେଶରେ ଉତ୍ସବର ପରିବେଶ ରହିଥିବାବେଳେ ଅନ୍ଲାଇନ୍ରେ ଉପଲବ୍ଧ ଟିକେଟ୍ ସରିଯାଇଥିବାରୁ ଅଫ୍ଲାଇନ୍ରେ ଟିକେଟ୍ ଏବଂ ପାସ୍ ପାଇଁ ଭିଡ଼ ଲାଗିରହିଛି।
from Odisha Reporter https://ift.tt/2qy82UB
No comments:
Post a Comment