ନରସିଂହଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଲେ ସଗରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ନରସିଂହଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଲେ ସଗରିଆ

narashingha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରିଆ ସମ୍ପର୍କ ଥିବା ପୁଣି ଥରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ୍ ନେତା କୃଷ୍ଣଚନ୍ଦ୍ର ସଗରିଆ। ଓଟିଭିର ‘ଖୋଲାକଥା’ କାର୍ଯ୍ୟକ୍ରମରେ ସେ ଏହି ଅଭିଯୋଗ ଆଣିଛନ୍ତି।

ସଗରିଆ କୁନ୍ଦୁଲି ପୀଡ଼ିତାଙ୍କ ଉଦାହରଣ ଦେଇ କହିଛନ୍ତି, “କୁନ୍ଦୁଲି ପୀଡ଼ିତା କୋରାପୁଟ ମେଡିକାଲରେ ୧୮ଦିନ ରହିଲେ। ବିରୋଧୀ ଦଳ ନେତାଙ୍କୁ ସମୟ ମିଳିଲା ନାହିଁ ଆସିବା ପାଇଁ। ତା’ ଗାଁରୁ କୋରାପୁଟ ପର୍ଯ୍ୟନ୍ତ ପଦଯାତ୍ରା କଲୁ, ସେ ସାମିଲ ହେଲେ ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ୍ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ନରସିଂହ ସେଥିରେ ସାମିଲ ହୋଇନଥିଲେ। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇନଥିଲେ। ବିଶ୍ୱାସ ହେଉଛି, କେଉଁଠି ନା କେଉଁଠି ଗୋଟେ ସଲାସୁତରା ରହିଛି।”

ସେ ଆହୁରି କହିଚନ୍ତି, “ଏସ୍‌ସି/ଏସ୍‌ଟିଙ୍କ ସମସ୍ୟା ନେଇ ବିଧାନସଭା ପରିସରରେ ଆମେ ଆନ୍ଦୋଳନ ଚଳାଇଥିଲୁ। କିଛି କଂଗ୍ରେସ୍ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିବା ପାଇଁ ନରସିଂହ ବାବୁ ହିଁ ଉପଦେଶ ଦେଇଥିଲେ।”

ଏହାସହ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରାଯିବା ପ୍ରସଙ୍ଗରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ବି ସମାଲୋଚନା କରିଛନ୍ତି।

ନରସିଂହ ମିଶ୍ର ଆଜି ଢେଙ୍କାନାଳ ବଳରାମପୁରରେ ଗଛକଟା ଘଟଣାର ଅନୁଧ୍ୟାନ ପାଇଁ ଯାଇଥିବା ବେଳେ, ସଗରିଆ ଆଣିଥିବା ଅଭିଯୋଗ ସଂପର୍କରେ ତାଙ୍କ ପଚରାଯିବାରେ ସେ “ଆପଣ ଜଙ୍ଗଲକୁ ଆସିଛନ୍ତି କି ସାଗରକୁ ଯାଇଛନ୍ତି” ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ।



from Odisha Reporter https://ift.tt/2r1FfIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages