ଏହି କାରଣରୁ ୩ ମାସ ଯାଏ କ୍ରିକେଟ୍‌ରୁ ବାଦ୍‌ ପଡ଼ିଲେ ଏନ୍‌ଗିଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଏହି କାରଣରୁ ୩ ମାସ ଯାଏ କ୍ରିକେଟ୍‌ରୁ ବାଦ୍‌ ପଡ଼ିଲେ ଏନ୍‌ଗିଡ଼ି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍‌ ଲୁଙ୍ଗି ଏନ୍‌ଗିଡ଼ି ଆସନ୍ତା ଫେବୃଆରୀମାସ ଯାଏ କୌଣସି ପ୍ରକାରର କ୍ରିକେଟ୍‌ ଖେଳିପାରିବେ ନାହିଁ। କିନ୍ତୁ ସେ ବିଶ୍ୱକପ୍‌କୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ।

ସେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ ବେଳେ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଏନ୍‌ଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଏନ୍‌ଗିଡ଼ିଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ୩ ମାସ ଯାଏ ଠିକ୍‌ ଭାବେ ବୋଲିଂ କରିପାରିବେ ନାହିଁ।

ଆଗକୁ ବିଶ୍ୱକପ୍‌ ଥିବାରୁ ଏନ୍‌ଗିଡ଼ିଙ୍କ ଉପରେ ଅଧିକ ଚାପ ପକାଇବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଚାହିଁ ନଥିଲା। ଫଳରେ ତାଙ୍କୁ ୩ ମାସ ଯାଏ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

ଏନ୍‌ଗିଡ଼ିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସେ ପାକିସ୍ତାନ ବିପକ୍ଷ ସିରିଜ୍‌ ଖେଳିପାରିବେ ନାହିଁ। ଡିସେମ୍ବର ୨୪ରୁ ଫେବୃଆରୀ ୬ ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ ଟିକିଆ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ। ଏପରି ସ୍ଥିତିରେ ଏନ୍‌ଗିଡ଼ି ଆହତ ହେବା ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟ୍‌କା ସଦୃଶ ହୋଇଛି।



from Odisha Reporter https://ift.tt/2AhNdB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages