ସତ୍ୟପାଠ ଦାଖଲ କଲେ ଅଭିଜିତ୍ ଆୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ସତ୍ୟପାଠ ଦାଖଲ କଲେ ଅଭିଜିତ୍ ଆୟର

abhijit

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।

ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି,“ଅଭିଜିତ୍‌ ଆୟରଙ୍କ ସତ୍ୟପାଠକୁ ତର୍ଜମା କରାଯିବ। ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ଅଭିଜିତ୍‌ଙ୍କୁ ପୁଣି ଡକାଯିବ।”

ସେ କହିଛନ୍ତି,“ବିଧାନସଭାର ନିର୍ଦ୍ଦେଶ ଅନୁଯାୟୀ ଗୃହ ଯେଉଁ ଦିନ ବସିବ ସେଦିନ ରିପୋର୍ଟ ପ୍ରଦାନ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ଗୃହ କମିଟି ବୈଠକ ବସିବ।”

ଗତକାଲି ଅଭିଜିତ୍‌ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ତାଙ୍କୁ ଆଜି ଦିନ ୧୧ଟାରେ ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତ୍ ଗତ ମାସ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହୋଇଥିଲେ। ଏଥିସହ ସେ ତାଙ୍କ ବୟାନ ରଖିବା ସହ କ୍ଷମା ମାଗିଥିଲେ। ତେବେ ସେ ଦେଇଥିବା ବୟାନକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲା। ଗିରଫ ହୋଇଥିବା ଅଭିଜିତ୍ ଏବେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି। ସେ ଓଡ଼ିଶାର କଳା, ସଂସ୍କୃତିକୁ ନେଇ ବି ଅରୁଚିକର ମନ୍ତବ୍ୟ ଦେଇଥିଲେ।



from Odisha Reporter https://ift.tt/2P7xuyL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages