ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି, କିନ୍ତୁ ‘ଥାର୍ଡ ପ୍ଲେସ୍’ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି, କିନ୍ତୁ ‘ଥାର୍ଡ ପ୍ଲେସ୍’ରେ

highcourt

କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଦୀର୍ଘ ଅଢ଼େଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲମାନେ ରାଜ୍ୟ ପୁଲିସ ଡିଜିଙ୍କ ସହ ଆଲୋଚନା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ତାଙ୍କ ଅଫିସ କିମ୍ବା ବାର ଆସୋସିଏସନ ଅଫିସ ବଦଳରେ ଡିଜିପି ଯଦି କୌଣସି ତୃତୀୟ ସ୍ଥାନକୁ ସେମାନଙ୍କୁ ଆଲୋଚନା ପାଇଁ ଡାକନ୍ତି, ସେଠାକୁ ବାର୍ ଆସୋସିଏସନ୍ କର୍ମକର୍ତ୍ତାମାନେ ଯାଇ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି।

ଆଜି ହାଇକୋର୍ଟରେ ପୁଲିସ-ଓକିଲ ବିବାଦର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚିବା ପରେ ବାର ଆସୋସିଏସନ୍ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପୁଲିସ ଡିଜି ଗତକାଲି ସନ୍ଧ୍ୟାରେ ପଠାଇଥିବା ଚିଠି ସମ୍ପର୍କରେ ଆଲୋଚନା ହୋଇଥିଲା। ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଲୋଚନା ପାଇଁ ଆସିବା ନିମନ୍ତେ ଓକିଲମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଓକିଲମାନେ ଏଥିରେ ରାଜି ହୋଇନାହାନ୍ତି। ଡିଜିପି ଯେତେବେଳେ ଚାହିଁବେ, ଆଲୋଚନା କରିବାରେ ଅସୁବିଧା ନାହିଁ କିନ୍ତୁ ତାହା ‘ତୃତୀୟ ସ୍ଥାନ’ରେ ହେବା ଆବଶ୍ୟକ ବୋଲି ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଛି।

ଆଜି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲା ଚାଲିଥିବାବେଳେ ଘଟଣାରେ ସମ୍ପୃକ୍ତ ପୁଲିସଙ୍କ ଉପରୁ ନିଲମ୍ବନ ଆଦେଶ କିଭଳି ପ୍ରତ୍ୟାହାର କରାଗଲା ସେ ବିଷୟରେ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ମୁଖ୍ୟ ବିଚାରପତି ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି।

ସୋମବାର ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜିର ବେଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।



from Odisha Reporter https://ift.tt/2T0tFtu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages