ପାର୍ଟିକୁ ଯାଉଛନ୍ତି କି? ପର୍‌ଫେକ୍ଟ ଲୁକ୍ ପାଇଁ ଆପଣାନ୍ତୁ ଏହି ସବୁ ଟିପ୍‌ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ପାର୍ଟିକୁ ଯାଉଛନ୍ତି କି? ପର୍‌ଫେକ୍ଟ ଲୁକ୍ ପାଇଁ ଆପଣାନ୍ତୁ ଏହି ସବୁ ଟିପ୍‌ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍‌ସନ୍‌କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍‌ ଦେବାକୁ ଚାହିଁଥା’ନ୍ତି। ତେବେ ବ୍ୟସ୍ତତା ଯୋଗୁ ପାର୍ଟିକୁ ଯିବା ପୂର୍ବରୁ ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଆପଣ ଖୁବ୍‌ କମ୍‌ ସମୟରେ ପାର୍ଟି ପାଇଁ ପ୍ରସ୍ତୁତ ହୋଇଯିବେ ଓ ସେଠାରେ ସମସ୍ତଙ୍କ ନଜରର କେନ୍ଦ୍ର ବି ସାଜିବେ।

ପାର୍ଟି ପାଇଁ ଆକ୍ସେସରିଜ୍

୧. ପାର୍ଟିକୁ ଯିବା ପୂର୍ବରୁ ଏଭଳି ଡ୍ରେସ୍‌ ବାଛନ୍ତୁ, ଯେଉଁଥିରେ ଆପଣଙ୍କ ଫିଗର୍‌ ସଠିକ୍‌ ଦେଖାଯାଉଥିବ ଓ ତାହା ଆପଣଙ୍କୁ କମ୍ଫର୍ଟେବଲ୍‌ ବି ଲାଗୁଥିବ। ଡ୍ରେସ୍‌ ବାଛିବାବେଳେ ନିଜ ସ୍କିନ୍‌ ଟୋନ୍‌କୁ ଦେଖି ଡ୍ରେସ୍‌ର ରଙ୍ଗ ବାଛନ୍ତୁ। ଯେଉଁ ରଙ୍ଗର ଡ୍ରେସ୍‌ ଆପଣଙ୍କ ଉପରେ ଏକଦମ୍‌ ଫୁଟି ଉଠିବ, ତାହା ହିଁ ବାଛନ୍ତୁ।

୨. ଡ୍ରେସ୍‌ କିଣବା ପରେ ଏହା ସହ ମ୍ୟାଚିଂ କରି ଜୁଏଲାରୀ ଚୟନ କରନ୍ତୁ। ଯଦି ଆପଣଙ୍କ ଡ୍ରେସ୍‌ ସିମ୍ପଲ ଓ ଲାଇଟ୍‌ ଅଛି ତେବେ ଟିକେ ଗର୍ଜସ୍‌ ଓ ଭାରୀ ଜୁଏଲାରୀ ବାଛନ୍ତୁ। ଯଦି ଆପଣଙ୍କ ଡ୍ରେସ୍‌ ହେଭି ଓ ଗର୍ଜସ ଅଛି, ତେବେ ହାଲକା ଜୁଏଲାରୀ ବାଛନ୍ତୁ।

୩. କୁହାଯାଏ, ବ୍ୟକ୍ତିଙ୍କ ପର୍ସନାଲିଟି ତାଙ୍କ ଜୋତାରୁ ବାରି ହୋଇଯାଏ। ତେଣୁ ପାର୍ଟିକୁ ଯିବା ପୂର୍ବରୁ ଡ୍ରେସ ସହ ମ୍ୟାଚିଂ କରୁଥିବା ସ୍ୟାଣ୍ଡଲ୍‌ ପିନ୍ଧନ୍ତୁ। ଯଦି ଆପଣ ହିଲ୍‌ରେ କମ୍ଫର୍ଟେବଲ୍‌ ନୁହନ୍ତି ତେବେ ଆପଣ ୱେଜେସ୍‌ କିମ୍ବା ଫ୍ଲାଟ୍‌ ସ୍ୟାଣ୍ଡଲ୍‌ ମଧ୍ୟ ପିନ୍ଧି ପାରିବେ। ଆପଣଙ୍କ ପାଖରେ ଯଦି ଅଧିକ ଅପସନ୍‌ ନାହିଁ, ତେବେ କଳା ଜୋତା ପିନ୍ଧି ଦିଅନ୍ତୁ। କାରଣ କଳା ରଙ୍ଗ ସବୁଥିରେ ମ୍ୟାଚ୍‌ କରିବା ସହ ଏଥିରେ ପାଦ ସୁନ୍ଦର ଦେଖାଯାଏ।

୪. ଆଜିକାଲି ଭେରାଇଟି କ୍ଲଚ୍‌ ବା ପର୍ସର ଫ୍ୟାଶନ୍‌ ଚାଲିଛି। ଆପଣ ଯଦି ପାର୍ଟକୁ ନିଜ ଡ୍ରେସ୍‌ ସହ ମ୍ୟାଚିଂ ଅନୁସାରେ ଆକର୍ଷଣୀୟ କ୍ଲଚ୍‌ ଧରି ଯାଉଛନ୍ତି, ତେବେ ଏହା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବ।

କ୍ୱିକ୍‌  ମେକ୍‌ଅପ୍‌

ଏବେ ଯିବା ମେକ୍‌ଅପ୍‌ ପ୍ରସଙ୍ଗକୁ। ଆଜିକାଲି ନୋ ମେକ୍‌ଅପ୍‌ ଲୁକ୍‌ ବା ନ୍ୟୁଡ୍‌ ମେକ୍‌ଅପ୍‌ ଲୁକ୍‌ର ଟ୍ରେଣ୍ଡ୍‌ ଚାଲିଛି। ତେଣୁ ପାର୍ଟି ପାଇଁ ଯେତେ ସମ୍ଭବ ଲାଇଟ୍‌ ମେକ୍‌ଅପ୍‌ ନିଅନ୍ତୁ।

୧. ପ୍ରଥମେ ମୁହଁକୁ ଟୋନର୍ କିମ୍ବା ଗୋଲାପ ଜଳରେ ସଫା କରିଦିଅନ୍ତୁ। ଏହାପରେ ମୁହଁରେ ପ୍ରାଇମର୍‌ ଲଗାନ୍ତୁ। ଏବେ ନିଜ ସ୍କିନ୍‌ ଟୋନ୍‌କୁ ସୁଟ୍‌ କଲା ଭଳି ଫାଉଣ୍ଡେସନ୍‌ ଲଗାନ୍ତୁ। ଆପଣଙ୍କ ସ୍କିନ୍‌ ଯଦି ଡ୍ରାଏ, ତେବେ ଫାଉଣ୍ଡେସନ୍‌ ସହ ଅଳ୍ପ ମଶ୍ଚରାଇଜର କ୍ରିମ୍‌ ମିଶାଇ ଲଗାନ୍ତୁ। ଯଦି ଆପଣଙ୍କ ଆଖି ତଳେ ଡାର୍କ ସର୍କଲ ଅଛି, ତେବେ ସେହି ଜାଗାରେ କନ୍‌ସିଲର୍‌ ଲଗାଇ ତାକୁ ମିଳାଇ ଦିଅନ୍ତୁ। ଏବେ ସ୍କିନ୍‌ ଟୋନ୍‌କୁ ସୁଟ୍‌ କରି କମ୍ଫ୍ୟାକ୍‌ ବା ଫେସ୍ ପାଉଡର ଲଗାନ୍ତୁ।

୨. ଆଖିକୁ କୁହାଯାଏ ଚେହେରାର ଆଇନା। ମୁହଁର ସୌନ୍ଦର୍ଯ୍ୟ ଖାସ୍ କରି ଆଖିର ମେକ୍‌ଅପ୍‌ ଉପରେ ନିର୍ଭର କରିଥାଏ। ପ୍ରଥମେ ଆଖି ଉପରେ ପ୍ରାଇମର୍‌ ଲଗାନ୍ତୁ। ଏହାପରେ ଡ୍ରେସ୍‌ ସହ ମ୍ୟାଚ୍‌ କରି ଆଇସ୍ୟାଡୋ ଲଗାନ୍ତୁ। ଏବେ କଳା କିମ୍ବା ଗ୍ରେ କଲର୍‌ ଆଇଲାଇନର୍‌ ଲଗାନ୍ତୁ। କାଜଲ୍‌ ନ ଲଗାଇଲେ ମଧ୍ୟ ଆପଣଙ୍କ ଆଖି ସୁନ୍ଦର ଲାଗିବ। ବାସ୍‌, ଆଖି ପତାରେ ମସ୍କାରା ଲଗାଇବାକୁ ଭୁଲନ୍ତୁ ନାହିଁ। ଆପଣ ଚାହିଁଲେ ଆଇସ୍ୟାଡୋ ନ ଲଗାଇ ବ୍ଲାକ୍‌ ଆଇଲାଇନର୍‌ ସହ ନିଜ ଡ୍ରେସ୍‌ କଲର୍‌ ଲାଇନ ମିଳାଇ ଲଗାଇପାରିବେ।

୩. ଓଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯେଉଁ କଲରର ଲିପ୍‌ଷ୍ଟିକ୍ ଲଗାଉଛନ୍ତି, ସେହି କଲର୍‌ର ଲିପ୍‌ ଲାଇନର୍‌ ମଧ୍ୟ ଲଗାନ୍ତୁ। ଏହାଦ୍ୱାରା ଓଠ ଆକର୍ଷଣୀୟ ଲାଗିବା ସହିତ ଲିପଷ୍ଟିକ୍ ବହୁତ ସମୟ ଧରି ଓଠରେ ରହିବ ।

୬. ମେକ୍‌ଅପ୍‌ ସହ ହେୟାର୍‌ ଷ୍ଟାଇଲ୍‌ ମଧ୍ୟ ଆକର୍ଷଣୀୟ ହେବା ଖୁବ୍‌ ଜରୁରୀ। ଯଦି ଆପଣଙ୍କ କେଶ ରୁକ୍ଷ ହୋଇଥିବ, ତେବେ କିଛି ଫେସ୍ କ୍ରିମ କିମ୍ବା ସିରମ କେଶରେ ଲଗାଇଲେ ଏବା ଚମକିବା ସହିତ କେଶର ରୁକ୍ଷତା ମଧ୍ୟ ଦୂର ହୋଇଯିବ। ପଳରେ ଆପଣ ଯେଉଁ ହେୟାର୍‌ଷ୍ଟାଇଲ୍‌ କରିବେ, ତାହା ଭଲ ଲାଗିବ। ଯଦ ଆପଣଙ୍କର ଷ୍ଟ୍ରେଟ୍‌ ହେୟାର୍‌ ତେବେ ଏହାକୁ କୋଲା ଛାଡ଼ିଦେଲେ ଭଲ ଲାଗିବ।



from Odisha Reporter https://ift.tt/2raUcYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages