
ବିଶ୍ୱର ସବୁଠାରୁ ବାଙ୍ଗରା ମହିଳା କିଏ? ସେ କ’ଣ ଆମ ତମ ଭଳି ସାଧାରଣ ଜୀବନ ଅତିବାହିତ କରିପାରୁ ଥିବେ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବ। ହେଲେ ଜ୍ୟୋତି ଆମେଗ୍ଙ୍କ ଭିଡିଓ ଦେଖିଲେ ଆପଣ ବି କହିବେ, କମ୍ ଉଚ୍ଚତାର ହେଲେ ମଧ୍ୟ ସେ ସାଧାରଣ ମହିଳାଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି।
ଜ୍ୟୋତି ଆମେଗ୍ ବିଶ୍ୱର ସବୁଠାରୁ କମ୍ ଉଚ୍ଚତାର ମହିଳା ହୋଇଥିବାରୁ ଗିନେସ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛନ୍ତି।

ସେ ୧୯୯୩ ମସିହା ଡିସେମ୍ବର ୧୬ରେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ବେଳକୁ ତାଙ୍କ ଉଚ୍ଚତା ଏତେ କମ୍ ଥିଲା ଯେ ସ୍କୁଲରେ ତାଙ୍କ ପାଇଁ ସ୍ୱତନ୍ତ୍ର ଚେୟାର ଟେବୁଲ ନିର୍ମାଣ କରାଯାଇଥିଲା। କମ୍ ଉଚ୍ଚତା ପାଇଥିଲେ ହେଁ ସେ କେବେହେଲେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ କରି ନଥିଲେ। ୨୦୦୯ରେ ସେ ବଲିଉଡ୍ ଫିଲ୍ମରେ ମଧ୍ୟରେ ଅଭିନୟ କରିଥିଲେ। ବଡି ଶକ୍: ଟୁ ଫୁଟ୍ ଟଲ୍ ଟିନ୍ ଆଣ୍ଡ ଇକୁୱାଲିରେ ଲିଡ୍ ଚରିତ୍ରରେ ଅଭିନୟ କରିଥିଲେ।
ଏଥିସହ ଅନେକ ଇଭେଣ୍ଟରେ ମଧ୍ୟରେ ସେ ଭାଗ ନେଇଥିଲେ।
ଆପଣ ଭାବୁଥିବେ ଜ୍ୟୋତି ବିବାହିତ କି ନୁହେଁ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ୫ ଫୁଟ୍ ଉଚ୍ଚର ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ତାଙ୍କ ଫଟୋ ୨୦୧୭ ମସିହା ଅଗଷ୍ଟ ୩୦ରେ ଇଣ୍ଟରନେଟ୍କୁ ଆସିଥିଲା।

ଏବେ ଜ୍ୟୋତିଙ୍କ ଉଚ୍ଚତା ସାଢେ ୨୩ ଇଞ୍ଚ ରହିଛି। ସେ ବିଭିନ୍ନ କାମ କେମିତି କରୁଛନ୍ତି, ତା’ର ଭିଡିଓ ଦେଖନ୍ତୁ
from Odisha Reporter https://ift.tt/2Fuvigq
No comments:
Post a Comment