ଲିଗାଲ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ସରକାର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଲିଗାଲ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବୃହତ୍ତମ ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯିବାରୁ ରାଜ୍ୟ ସରକାର ଏବେ ଲିଗାଲ୍ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଶକ୍ତି କ୍ଷେତ୍ରକୁ ସଚିବ ହେମନ୍ତ କୁମାର ଶର୍ମା ରୂପକ ରାହୁ ଗ୍ରାସ କରିବା ସହ ଅନୈତିକ ଭାବରେ ଅନାମଧ୍ୟେୟ କମ୍ପାନୀ ହାତରେ ‘ସେସୁ’କୁ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

“ଦକ୍ଷ ଅଫିସର ବୋଲାଉଥିବା ଶ୍ରୀ ଶର୍ମା କାହିଁକି ଗଳାବାଟ ଖୋଜି ବେନାମୀ କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାର ଦୁଇ ନମ୍ବର କାରବାର୍ କରି ‘ଇଣ୍ଡିଆ ପାୱାର’, ଫେଡକୋ ଭଳି କମ୍ପାନୀମାନଙ୍କ ହାତରେ ୨୪ ଲକ୍ଷ ବିଜୁଳି ଗ୍ରାହକମାନଙ୍କ ଭାଗ୍ୟକୁ ବିକ୍ରି କରିଛନ୍ତି, ଯାହାକୁ ବିଜେପି ବିରୋଧ କରୁଛି। ଏହି ଷଡ଼ଯନ୍ତ୍ର ଉପରେ ବିଜେପି ପ୍ରଶ୍ନ ଉଠାଇବାରୁ ଉଦ୍ଦେଶ୍ୟମୂଳକ ଭାବେ ଏକ ଲିଗାଲ୍ ନୋଟିସ୍ ପଠାଇବା ସହ ରାଜ୍ୟସରକାର ନାଲି ଆଖି ଦେଖାଇ ଭୟଭୀତ କରି ଚୋରି ଉପରେ ସିନାଜୋରି ନୀତି ଆପଣାଉଛନ୍ତି” ବୋଲି ଡ.ସାମନ୍ତସିଂହାର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ମେକ୍ ଇନ୍ ଓଡିଶା କନକ୍ଳେଭରେ ୪ ହଜାର ଘରୋଇ କମ୍ପାନୀ ରାଜ୍ୟରେ ପୁଞ୍ଜି ନିବେଶ କରିଥିଲେ ତେବେ ପାୱାର ସେକ୍ଟରରେ କେତୋଟି କମ୍ପାନୀ ଆସିଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଦେଶରେ ଟାଟା ପାଫ୍ୱାର, ରିଲାଏନ୍ସ, ଟରେଣ୍ଟ , ସିସ୍କୋଙ୍କ ସମେତ ଅନେକ ବଡ ବଡ କମ୍ପାନୀ ଥାଇ ସୁଦ୍ଧା ‘ସେସୁ’କୁ ଇଣ୍ଡିଆ ପାୱାର, ଫେଡକୋ ଭଳି ସଂସ୍ଥାକୁ ବଢାଇ ଦେବାର ଭିତିରି ଉଦ୍ଦେଶ୍ୟ କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମେକ ଇନ ଓଡ଼ିଶା ସଂପୂର୍ଣ୍ଣଭାବେ ଫେଲ୍ ମାରିଛି ଏବଂ ସେସୁକୁ ଅନାମଧ୍ୟେୟ କଂପାନୀ ହାତକୁ ଟେକି ଦେଇ ହେମନ୍ତ ଶର୍ମା ବିଜେଡି ନିର୍ବାଚନୀ ପାଣ୍ଠି ଆଦାୟ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିବା ସେ କହିଛନ୍ତି।

‘ଇଣ୍ଡିଆ ପାୱାର’ କମ୍ପାନୀ ବିହାରର ଗୟା ସହରରେ ୮୦ ହଜାର ଲୋକଙ୍କ ବିଜୁଳି ବିତରଣ କରିବା ପାଇଁ ୨୦ବର୍ଷର କଣ୍ଟ୍ରାକ୍ଟ ନେଇଥିଲା କିନ୍ତୁ ୪ ବର୍ଷରେ କଣ୍ଟ୍ରାକ୍ଟ ପୂରଣ କରିନପାରିବାରୁ ବିହାର ସରକାର ସମୟ ଅବଧି ପୂର୍ବରୁ ସେ କମ୍ପାନୀକୁ ବାହାର କରିଦେଇଥିଲେ। ସେହିପରି ଫେଡକୋର ମୂଳ କମ୍ପାନୀ ହେଉଛି ‘ଫିଡବ୍ୟାକ୍ ଇନଫ୍ରା’। ମିଥ୍ୟା ତଥ୍ୟ ଦେଇଥିବାରୁ ଏହାକୁ ବିଶ୍ୱବ୍ୟାଙ୍କ ଭର୍ତ୍ସନା କରିଥିଲେ। ଶକ୍ତି ସଚିବ ହେମନ୍ତ ଶର୍ମା କଣ ଏକଥା ଜାଣିନାହାନ୍ତି ନା ଜାଣିଶୁଣି ଏଭଳି କମ୍ପାନୀରୁ ଅନୁକମ୍ପା ଦେଖାଉଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗରେ ଜାଣିଶୁଣି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲା ଭଳି ନିୟମ ତିଆରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।



from Odisha Reporter https://ift.tt/2zqUlM9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages