
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଅନାବଶ୍ୟକ ପ୍ରସଙ୍ଗରେ ନିଜ ବୟାନବାଜିକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚାରେ ରହୁଥିବା ଯୋଗଗୁରୁ ବାବା ରାମଦେବ୍ଙ୍କ କିନ୍ତୁ ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢ଼ିଚାସିଛନ୍ତି। ନିକଟରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ‘ପତଞ୍ଜଳି ଗ୍ରୁପ୍ସ୍’ ଏବେ ଗାର୍ମେଣ୍ଟ୍ସ ବ୍ୟବସାୟରେ ପାଦ ଥାପିଛି। ଧନ୍ତେରସ୍ରେ ନିଜେ ବାବା ରାମ୍ଦେବ ଦିଲ୍ଲୀରେ ‘ପତଞ୍ଜଳି ପରିଧାନ’ର ଶୁଭାରମ୍ଭ କରିଛନ୍ତି। ‘ପତଞ୍ଜଳି ପରିଧାନ’ ଛୋଟ ପିଲାଙ୍କ ପୋଷାକରୁ ନେଇ ଯୁବ ଓ ବୟସ୍କ ବର୍ଗର ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ନିଜ ଦ୍ୱାରା ପ୍ରସ୍ତୁତ ପୋଷାକ ବିକ୍ରି କରିବ। ଏହା ମଧ୍ୟରେ ଜିନସ୍ ଓ ଟି’ ସାର୍ଟ ମଧ୍ୟ ରହିଛି। ତେବେ ‘ପତଞ୍ଜଳି ପରିଧାନ’ ପକ୍ଷରୁ ପ୍ରସ୍ତୁତ ଏହି ସବୁ ପୋଷାକ ତିନିଟି ବ୍ରାଣ୍ଡ୍ ନେମ୍ର ଆସିଛି। ଏହି ବ୍ରାଣ୍ଡ୍ ନାମକରଣକୁ ସୋଶାଲ୍ ମିଡିଆରେ ବହୁ ଯୁଜର୍ସ୍ ଥଟ୍ଟା ମଜାରେ ଉଡ଼ାଇଛନ୍ତି।
‘ପତଞ୍ଜଳି ପରିଧାନ’ ପକ୍ଷରୁ ଆସୁଥିବା ପୋଷାକ ଆସ୍ଥା, ସଂସ୍କାର ଓ ଲିଭ୍ ଫିଟ୍ ଭଳି ବ୍ରାଣ୍ଡ୍ ନାଁରେ ନାମିତ ହୋଇଛି। ଏହା ସହ ଏହି ତିନିଟି ବ୍ରାଣ୍ଡ୍ ଚାରିଟି ଫିଟିଙ୍ଗ୍ ଷ୍ଟାଇଲ୍ରେ ଉପଲବ୍ଧ। କ୍ଲାସିକ୍ ଫିଟ୍, ସ୍ଲିମ୍ ଫିଟ୍, ଏକ୍ସ୍ଟ୍ରା ସ୍ଲିମ୍ ଏବଂ ବାବା ରାମଦେବ ଫିଟ୍।
ତେବେ ‘ପତଞ୍ଜଳି ପରିଧାନ’ ପ୍ରସ୍ତୁତ ଏହି ପୋଷାର ବ୍ରାଣ୍ଡ୍ ନାମକରଣକୁ ସୋଶାଲ୍ ମିଡିଆରେ ବହୁ ୟୁଜର୍ସ ସମାଲୋଚନା କରିଛନ୍ତି।
ଜଣେ ୟୁଜର୍ ଲେଖିଛନ୍ତି,
ପୁଅ-ଆପଣ ଏହି ଆସ୍ଥାରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି।
ଝିଅ- ଆପଣ ସଂସ୍କାରରେ ମଧ୍ୟ ସୁନ୍ଦର ଲାଗୁଛନ୍ତି।
ପୁଅ- ତେବେ ଚାଲନ୍ତୁ, ପୂଜା କରିବା, ଭଜନ ଗାଇବା ଏବଂ କୀର୍ତ୍ତନ କରିବା।
ପଙ୍କଜ ଗୁପ୍ତା ନାମକ ଜଣେ ୟୁଜର୍ ଟ୍ୱିଟ୍ କରିଛନ୍ତି ଯେ, “ଆମେ ସମସ୍ତେ ଭାରତବାସୀ ଭାରତ ମାତାର ପ୍ରତିଜ୍ଞା କରି କହୁଛୁ, ଯେ ପର୍ଯ୍ୟନ୍ତ ବିଦେଶରୁ କଳାଧନ ନ ଆସିଛି, ସେ ପର୍ଯ୍ୟନ୍ତ ପତଞ୍ଜଳିର କୌଣସି ଜିନିଷ କିଣିବୁ ନାହିଁ।“
ଅନ୍ୟ ଜଣେ ଲେଖିଛନ୍ତି, “ପତଞ୍ଜଳି ଜିନସ୍ରେ ଏକ ସିକ୍ରେଟ୍ ପକେଟ୍ ରହିଛି, ଯେଉଁଥିରେ ଆପଣ କଳାଧନ ଲୁଚାଇ ପାରିବେ।”
ଅନ୍ୟ ଜଣେ ୟୁଜର୍ କହିଛନ୍ତି, “ପତଞ୍ଜଳି ପୋଷାକ ଏତେ ଇକୋ-ଫ୍ରେଣ୍ଡଲି ଯେ ଯେବେ ଆପଣ ଏହି ଡ୍ରେସ୍ ପିନ୍ଧି ରାସ୍ତାକୁ ଯିବେ, ଏହି ପୋଷାକକୁ ଖାଇବା ପାଇଁ ଗାଈ ଆପଣଙ୍କ ପଛରେ ପଡ଼ିବେ।”
from Odisha Reporter https://ift.tt/2D6HrW2
No comments:
Post a Comment