ସପ୍ନା ଚୌଧୁରୀଙ୍କ ଗୀତରେ ଡ୍ୟାନ୍ସ କରୁଥିବା ୧୨ ବର୍ଷ ଝିଅର ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ସପ୍ନା ଚୌଧୁରୀଙ୍କ ଗୀତରେ ଡ୍ୟାନ୍ସ କରୁଥିବା ୧୨ ବର୍ଷ ଝିଅର ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ

ମୁମ୍ବାଇ:ଏମିତି ବି ଆସେ ମୃତ୍ୟୁ। ଏମିତି ବି ଚାଲିଯାଏ ଜୀବନ। ଚର୍ଚ୍ଚିତ ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ଗୀତରେ ଜଣେ ୧୨ ବର୍ଷର ଝିଅ ନୃତ୍ୟ କରୁଥିବା ବେଳେ ହଠାତ୍‌ ଟଳିପଡ଼ି ତାର ମୃତ୍ୟୁ ଘଟିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁମ୍ବାଇର କାନ୍ତିୱଲିରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏମିତି ଏକ ଦୁଃଖଦ ଘଟଣା ଘଟିଛି।

ଗତ ୨୩ ତାରିଖରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଅନିଶା ଶର୍ମା। ତେବେ ହୃଦଘାତ ଯୋଗୁ ଅନିଶାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସପ୍ନାଙ୍କ ଗୀତରେ  ଅନିଶା ନାଚିବା ଆରମ୍ଭ କରିଥିଲେ। ତେବେ ନୃତ୍ୟ କରୁ କରୁ ସେ ହଠାତ୍‌ ପଡ଼ିଯାଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନିଶା ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ। ସଙ୍ଗୀତ ପ୍ରତି ରୁଚି ଥିବା ଅନିଶା ନୃତ୍ୟ ଶିକ୍ଷା ମଧ୍ୟ କରୁଥିଲେ। ତେବେ ଅନିଶା ଷ୍ଟେଜ୍‌ରୁ ପଡ଼ିଯିବା ଦୃଶ୍ୟ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏହା ସପ୍ନା ଚୌଧୁରୀଙ୍କ କାର୍ଯ୍ୟକ୍ରମ ନ ଥିଲା। କିନ୍ତୁ ତାଙ୍କ ଭଳି ଅନିଶା ନୃତ୍ୟ କରୁଥିଲେ।



from Odisha Reporter https://ift.tt/2PYGoiw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages