ତିହାର ଜେଲ୍‌କୁ ଫେରିବେ ବିଜୟ ମାଲ୍ୟା! ଏମିତି କଥା କହିଲେ ବ୍ରିଟେନ୍‌ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ତିହାର ଜେଲ୍‌କୁ ଫେରିବେ ବିଜୟ ମାଲ୍ୟା! ଏମିତି କଥା କହିଲେ ବ୍ରିଟେନ୍‌ କୋର୍ଟ

ଲଣ୍ଡନ: ଋଣ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିମାନେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଭାରତ ସରକାର ପଳାତକ ଘୋଷଣା କରିଛନ୍ତି।

ଏମାନଙ୍କ ମଧ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ କ୍ରିକେଟ୍‌ରେ ଫିକ୍ସିଂ କରୁଥିବା କୁଖ୍ୟାତ ବୁକି ସଞ୍ଜୀବ କୁମାର ଚାୱଲା ରହିଛନ୍ତି। ଏମାନେ ଖୁବ୍‌ଶୀଘ୍ର ଭାରତ ଫେରିବେ ଏବଂ ଦିଲ୍ଲୀରେ ଥିବା ତିହାର ଜେଲ୍‌ରେ ରହିବେ ବୋଲି ଆଶା ସଞ୍ଚାର ହୋଇଛି।

କାରଣ ଲଣ୍ଡନ ହାଇକୋର୍ଟ ଦିଲ୍ଲୀ ସ୍ଥିତ ତିହାର ଜେଲ୍‌ରେ ଏଭଳି ପଳାତକମାନେ ରହିବାକୁ ଏକ ସୁରକ୍ଷିତ ସ୍ଥାନ ବୋଲି ରୁଲିଂ ଦେଇଛି। ପୂର୍ବରୁ ଜେଲ୍‌ର ପରିସ୍ଥିତି କ’ଣ ରହିଛି, ସେ ସଂକ୍ରାନ୍ତରେ ଭାରତ ସରକାରଙ୍କଠାରୁ ଭିଡିଓ ଭିତ୍ତିକ ପ୍ରମାଣ ଲୋଡ଼ା ଯାଇଥିଲା।

ଏହାକୁ ଦେଖିବା ପରେ ଲଣ୍ଡନ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଲେଗାଟ୍ଟା ଓ ଜଷ୍ଟିସ୍‌ ଡିଙ୍ଗେମାନ୍ସ ତିହାର ଜେଲ୍‌ ପଳାତକଙ୍କ ପାଇଁ ସୁରକ୍ଷିତ ବୋଲି ମଞ୍ଜୁରୀ ଦେଇଛନ୍ତି। ଏଥିସହ କ୍ରିକେଟ୍‌ ବୁକି ସଞ୍ଜୀବ ଚାୱଲା ତିହାର ଜେଲ୍‌ରେ ରହିଲେ, ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ଏହି ଦୁଇ ବିଚାରପତି ରୁଲିଂ ଦେଇଛନ୍ତି।

କୋର୍ଟ ବୁକି ସଞ୍ଜୀବ ଚାୱଲାଙ୍କ ମାମଲାରେ ଏଭଳି ରୁଲିଂ ଦେଇଥିଲେ ହେଁ ଋଣ ଖିଲାପକାରୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ଲଣ୍ଡନ ହାଇକୋର୍ଟଙ୍କ ଏଭଳି ରୁଲିଂ ପରେ ଭାରତ ସରକାର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ସଞ୍ଜୀବଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ କରିପାରିବେ। ସେହିପରି ଡିସେମ୍ବର ୧୦ରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ମଧ୍ୟ ଶୁଣାଣି ରହିଛି।

ତେଣୁ ଭାରତ ସରକାରଙ୍କ ଆଭିମୁଖ୍ୟ ଏବେ କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା ।



from Odisha Reporter https://ift.tt/2qSlm68

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages