ଏମ୍‌ଜେ ଆକବରଙ୍କ #Metoo ତାଲିକାରେ ନୂଆ ମୁହଁ ପଲ୍ଲବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଏମ୍‌ଜେ ଆକବରଙ୍କ #Metoo ତାଲିକାରେ ନୂଆ ମୁହଁ ପଲ୍ଲବୀ

ନୂଆଦିଲ୍ଲୀ: ପୂର୍ବରୁ #Metoo ଜାଲରେ ଛନ୍ଦିହୋଇ ମନ୍ତ୍ରୀପଦରୁ ଇସ୍ତଫା ଦେଇ ସାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରଖ୍ୟାତ ସାମ୍ବାଦିକ ଏମ୍‌ଜେ ଆକବରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ନ୍ୟାସନାଲ ପବ୍ଲିକ୍‌ ରେଡିଓ (ଏନ୍‌ପିଆର)ର ଚିଫ୍‌ ବିଜିନେସ୍‌ ଏଡିଟର ପଲ୍ଲବୀ ଗୋଗୋଇ। ଏ ଘଟଣା ୨୩ ବର୍ଷ ତଳର ଯେତେବେଳେ ଏମ୍‌ଜେ ଏସିଆନ୍‌ ଏଜ୍‌ର ସମ୍ପାଦକ ଥିଲେ ଏବଂ ପଲ୍ଲବୀ ସେଠାରେ କାମ କରୁଥିଲେ।

ଏନେଇ ପ୍ରଥମେ ୱାଶିଂଟନ୍‌ ପୋଷ୍ଟ ଖବର ପ୍ରକାଶ କରିଛି ଏବଂ ୧୯୯୪ ମସିହାରେ ଏହି ବରିଷ୍ଠ ସାମ୍ବାଦିକ ଜଣକ ଏପରି ଘଟଣା ଘଟାଇଥିଲେ ବୋଲି ସେ କହିଛନ୍ତି। ସେତେବେଳକୁ ତାଙ୍କୁ ୨୩ ବର୍ଷ ବୟସ ହେବ ଏବଂ ଏସିଆନ୍‌ ଏଜ୍‌ ସେ ଓପେଡ୍‌ ପେଜ୍‌ ଦାୟିତ୍ୱରେ ଥିଲେ। ସେ ଏଥିରେ ଲେଖିଛନ୍ତି, “ମୁଁ ନିଜେ ପ୍ରସ୍ତୁତ କରିଥିବା ଏକ ଓପେଡ୍‌ ପୃଷ୍ଠା ଦେଖାଇବାକୁ ତାଙ୍କ ପାଖକୁ ଯାଇଥିଲି। ସେ ମୋ କାମକୁ ପ୍ରଥମେ ପ୍ରଶଂସା କଲେ ଏବଂ ମୋତେ ଚୂମ୍ବନ ଦେବାକୁ ଆରମ୍ଭ କଲେ।” ଏହା ପରେ ସେ କୌଶଳ କରି ଖସି ଆସିଥିଲେ ଏବଂ ଏହି ଘଟଣା ତାଙ୍କୁ ଲଜ୍ଜିତ କରିବା ସହିତ ତାଙ୍କୁ ମାନସିକ ସ୍ତରରେ ଭାଙ୍ଗିଦେଇଥିଲା ବୋଲି ସେ କହିଛନ୍ତି।

ଏହା ଥିଲା ପ୍ରଥମ ଥର ଏବଂ ଏହାର କିଛି ମାସ ପରେ ଏକ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲେ। ମୁମ୍ବାଇର ଏକ ହୋଟେରେ ଏହି କାର୍ଯ୍ୟକ୍ରମ ଥିଲା। ସେଠାରେ ମଧ୍ୟ ସେ ଗୋଗୋଇଙ୍କୁ କିସ୍‌ କରିବାର ପ୍ରୟାସ କରିଥିଲେ। କିନ୍ତୁ ଗୋଗୋଇ ଖସିଯାଇଥିଲେ। ଏହି ଘଟଣା ପରେ ଏମ୍‌ଜେ ତାଙ୍କ ଧମକାଇଥିଲେ, ଏପରି ଆଉଥରେ ପ୍ରତିରୋଧ କଲେ ଚାକିରିରୁ ବାହାର କରିଦେବେ।

ଏସବୁ ପରେ ମଧ୍ୟ ସେ ଏମ୍‌ଜେଙ୍କ ସହିତ କାମ କରୁଥିଲେ। ଥରେ ଜୟପୁରରେ ଏକ ଆସାଇନ୍‌ମେଣ୍ଟରେ ତାଙ୍କୁ ନିଆଯାଇଥିଲା। ଏମ୍‌ଜେ ତାଙ୍କୁ ଆଲୋଚନା ପାଇଁ ହୋଟେଲକୁ ଡାକିଥିଲେ। ଗୋଗୋଇଙ୍କ କହିବା ଅନୁଯାୟୀ, “ତାଙ୍କ ହୋଟେଲ୍‌ ରୁମ୍‌ରୁ ଯଦିଓ ମୁଁ ଖସିବାର ପ୍ରୟାସ କରିଥିଲି, ସେ ଅଧିକ ଶକ୍ତିଶାଳୀ ଥିଲେ। ସେ ମୋ ପୋଷାକ ଚିରି ପକାଇ ମୋତେ ଦୁଷ୍କର୍ମ କରିଥିଲେ। ମୁଁ ପୁଲିସ୍‌କୁ କହିପାରିନଥିଲି, କାରଣ ମୁଁ ଲାଜ ଜର୍ଜରିତ ହୋଇଯାଇଥିଲି।” ଏପରି କିଛି ମାସ ଧରି ଲାଗି ରହିଥିଲା। ଏମ୍‌ଜେ ତାଙ୍କୁ ଶାରିରୀକ, ମାନସିକ ଏବଂ ମୌଖିକ ଭାବରେ ନିର୍ଯାତନା ଦେଉଥିଲେ। ପଲ୍ଲବୀ ତାଙ୍କ ବୟସର କାହା ସହିତ କଥା ହେଉଥିବାର ଦେଖିଲେ ଏମ୍‌ଜେ ଚିଲ୍ଲାଇ ଗାଳି କରନ୍ତି। ତାଙ୍କୁ ଏସବୁ ଭୟଭୀତ କରିଦେଇଥିଲା ବୋଲି ପଲ୍ଲବୀ କହିଛନ୍ତି।

ଏହାପରେ ପଲ୍ଲବୀଙ୍କୁ ଲଣ୍ଡନ୍‌ସ୍ଥିତ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଠାରେ ଜଣେ ପୁରୁଷ ବନ୍ଧୁଙ୍କ ସହିତ କଥା ହେଉଥିବା ଜାଣି ପୁଣି ରାଗିଥିଲେ ବୋଲି ପଲ୍ଲବୀ କହିଛନ୍ତି। ସେଦିନ ସମସ୍ତେ କାର୍ଯ୍ୟାଳୟରୁ ଚାଲିଯିବା ପରେ ସେ ପଲ୍ଲବୀଙ୍କୁ କଇଁଚି, ପେପର୍‌ୱେଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଆକ୍ରମଣ କରିଥିଲେ। ଶେଷରେ ସେ ଦୌଡ଼ି ପଳାଇବାରେ ସମର୍ଥ ହୋଇଥିଲେ ଏବଂ ପରେ ଚାକିରି ଛାଡ଼ିଦେଇଥିଲେ। ଏହାର ପ୍ରତିକ୍ରିୟାରେ ଏସବୁ ଅଭିଯୋଗ ମିଛ ବୋଲି ନିଜ ଓକିଲଙ୍କ ଜରିଆରେ ଦର୍ଶାଇଛନ୍ତି ପୂର୍ବତନ ମନ୍ତ୍ରୀ ଏମ୍‌ଜେ ଆକବର।



from Odisha Reporter https://ift.tt/2OliSqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages