ମାରି ରାସ୍ତାକଡ଼ରେ ପୋଡ଼ି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ମାରି ରାସ୍ତାକଡ଼ରେ ପୋଡ଼ି ଦେଲେ

burnt

ରାଇରଙ୍ଗପୁର (ରାଜେଶ କୁମା ଶର୍ମା): ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଅମଳ ପାଇଁ ଗଦା କରାଯାଇଥିବା ଧାନ ଗଛ ବିଡ଼ା ଗଦାରେ ପୂରାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ।

ମୃତକଙ୍କ ପରିଚୟ ମିଳିପାରିନାହିଁ। କିଏ ଏ ଘଟଣା ଭିଆଇଛି ତାହା ବି ଜଣାପଡ଼ିନି।

ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ସହିତ ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ପୋଡ଼ି ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ଏକ ରକ୍ତଲଗା ପଥର ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଣୁ ସନ୍ଦେହ କରାଯାଉଛି ଯେ ଉକ୍ତ ବ୍ୟକ୍ତିଙ୍କୁ କୌଣସି ସ୍ଥାନରୁ ଏଠାକୁ ଅଣାଯାଇ ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି ।



from Odisha Reporter https://ift.tt/2UrSuQ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages