କିଏ ସେ ମିଶେଲ୍‌, ରାଜନୀତି ଦୃଷ୍ଟିରୁ କାହିଁକି ସେ ଗୁରୁତ୍ୱପୂର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

କିଏ ସେ ମିଶେଲ୍‌, ରାଜନୀତି ଦୃଷ୍ଟିରୁ କାହିଁକି ସେ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ବ୍ରିଟିଶ୍ ନାଗରିକ ଖ୍ରୀଷ୍ଟିଆନ୍ ମିଶେଲ୍ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରତ୍ୟର୍ପଣ କରାଯାଇ ଭାରତ ଅଣାଯିବାପରେ ତାଙ୍କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି କୁହାଯାଉଥିବା ମିଶେଲ୍‌କୁ ବୁଧବାର ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

ସିବିଆଇ ପକ୍ଷରୁ ପୂର୍ବରୁ କୁହାଯାଇଛି, ରାଜନୀତିକ ବ୍ୟକ୍ତି, ସରକାର ଅଧିକାରୀ ଏବଂ ଏପରିକି ସାମ୍ବାଦିକମାନଙ୍କୁ ପ୍ରଭାବିତ କରିବାପାଇଁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମିଶେଲ୍‌ଙ୍କୁ ନିଯୁକ୍ତି ଦେଇଥିଲା। ତାଙ୍କ ସହିତ ଅନ୍ୟ ଦୁଇ ମଧ୍ୟସ୍ଥି କାର୍ଲୋ ଜେରୋସା ଏବଂ ଗିଡୋ ହ୍ୟାସ୍କ ମଧ୍ୟ ଲାଞ୍ଚ ନେଇ ଏହି ଚୁକ୍ତି ନିଶ୍ଚିତ କରାଇଥିଲେ।

ସିବିଆଇ ଆଣିଥିବା ଅଭିଯୋଗ ଅନୁଯାୟୀ ମିଶେଲ୍‌ଙ୍କ କମ୍ପାନୀ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡର ପ୍ୟାରେଣ୍ଟ କମ୍ପାନୀ ଫିନ୍‌ମେକ୍‌ନିଆଠାରୁ ୨୯୫ କୋଟି ଟଙ୍କା ଲାଞ୍ଚ ନେଇଥିଲା। ଅସ୍ତ୍ରଶସ୍ତ୍ର ଡିଲ୍‌ କରାଇବାର କଳା ମିଶେଲ ତାଙ୍କ ବାପା ୱଲ୍ଫଗ୍ୟାଙ୍ଗ୍‌ ମିଶେଲ୍‌ଙ୍କଠାରୁ ଆହରଣ କରିଥିଲେ। ୱଲ୍ଫଗ୍ୟାଙ୍ଗ୍‌ ୧୯୭୦-୮୦ ବେଳକୁ ଭାରତ ସହିତ ଏପରି ଅସ୍ତ୍ରଶସ୍ତ୍ର ଚୁକ୍ତି କରାଉଥିଲେ।

କାହିଁକି ମିଶେଲ୍‌ ଗୁରୁତ୍ୱପୂର୍ଣ୍ଣ
୨୦୧୨ ମସିହାରେ ଗିଡୋ ହ୍ୟାସ୍କଙ୍କ ଘର ଉପରେ ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷ କରିଥିବା ଚଢ଼ଉରୁ ଏକ ଡାଏରୀ ମିଳିଥିଲା। ସେଥିରେ କିଛି ସଂକ୍ଷିପ୍ତ ଲେଖା (acronyms) ଏବଂ କିଛି ଅର୍ଥ ପରିମାଣ ଲେଖାଯାଥିଲା। ଏପରିକି ଏହି ହସ୍ତାକ୍ଷର ତାଙ୍କର ବୋଲି ଗିଡୋ ସ୍ୱୀକାର କରିଥିଲେ ଏବଂ କହିଥିଲେ ସେ ଲେଖିଥିଲେ କିନ୍ତୁ ଏପରି ଲେଖିବାକୁ ତାଙ୍କୁ ମିଶେଲ୍‌ କହିଥିଲେ। ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଅଭିଯୋଗ ଆଣିଥିଲା ଯେ, ସେଥିରେ ଲେଖାଥିବା AP and Familyର ଅର୍ଥ ଅହମ୍ମଦ ପଟେଲ ଏବଂ ଗାନ୍ଧି-ନେହରୁ ପରିବାର।

ମିଶେଲ୍ ଏବଂ କୂଟନୀତି
ଖ୍ରୀଷ୍ଟିଆନ୍‌ ମିଶେଲ୍‌ଙ୍କ ପ୍ରତ୍ୟର୍ପଣ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତିକ ବିଜୟ ବୋଲି କୁହାଯାଉଛି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସକ୍ରିୟ ଭୂମିକା ଏହି ମାମଲାର ଗମ୍ଭୀରତାକୁ ମଧ୍ୟ ଦର୍ଶାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମିଶେଲ୍‌ ଉକ୍ତ ଡାଏରୀର ବୈଧତାକୁ ଅସ୍ୱୀକାର କରି ଆସିଛନ୍ତି। ସେ ବାରମ୍ବାର କହି ଆସିଛନ୍ତି, ଗିଡୋ ହ୍ୟାସ୍କ ଏହାକୁ ଜାଲ୍‌ କରିଛନ୍ତି ଏବଂ ଏହି ଚୁକ୍ତି ସହିତ ତତ୍କାଳୀନ ୟୁପିଏ ସରକାରର କୌଣସି ସମ୍ପର୍କ ନାହିଁ।

ଯଦି ମିଶେଲ୍ ବୟାନ ବଦଳାନ୍ତି, ଘଟଣାର ମୋଡ଼ କଂଗ୍ରେସ ଏବଂ ୟୁପିଏର ଶୀର୍ଷନେତାମାନଙ୍କ ଆଡ଼କୁ ମୁହାଁଇବ।



from Odisha Reporter https://ift.tt/2rlkyXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages