ଚାଷୀ ସମସ୍ୟା ନେଇ ସରକାରଙ୍କୁ ଶ୍ରୀକାନ୍ତଙ୍କ ଶାଣିତ ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ଚାଷୀ ସମସ୍ୟା ନେଇ ସରକାରଙ୍କୁ ଶ୍ରୀକାନ୍ତଙ୍କ ଶାଣିତ ପ୍ରଶ୍ନ

congress-9899

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ନେଇ ଆଜି ରାଜଭବନ ଆଗରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆ ପ୍ରମୁଖ ସାମିଲ ହୋଇଛନ୍ତି।

ଏହି ଅବସରରେ ଶ୍ରୀକାନ୍ତ ଜେନା କହିଛନ୍ତି,“ରାଜ୍ୟ ସରକାର ୧୮ ବର୍ଷ ହେବ ଦେବାଳିଆ ହୋଇସାରିଛନ୍ତି। ଲକ୍ଷେ କୋଟି ଟଙ୍କା ଋଣ କରିସାରିଲେଣି। ରାଜ୍ୟ ରାଜକୋଷକୁ ଦେବାଳିଆ କରିସାରିଛନ୍ତି। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫ଶହ ଟଙ୍କା କରାଯାଇଛି। ହେଲେ ଏଠି ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା କରିବାକୁ ବିଧାନସଭାରେ ପ୍ରସ୍ତାବ ହୋଇଛି। ନିଜେ ସରକାର ଏହି ପ୍ରସ୍ତାବ ଆଣିଥିଲେ। ହେଲେ ସରକାର ଧାନର ଏହି ଦାମ୍‌ ଦେବାରେ କ’ଣ ଅସୁବିଧା ରହିଛି? ଏଥିସହ ୧୦ରୁ ୧୫ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିବାରେ କ’ଣ ଅସୁବିଧା ରହିଛି।”

ସେ ଆହୁରି ପ୍ରଶ୍ନ କରିଛନ୍ତି,“ ବର୍ତ୍ତମାନ ୪୦ ଲକ୍ଷ ପିଲା ବେକାର ହୋଇ ରାଜରାସ୍ତାରେ ବୁଲୁଛନ୍ତି। ସେମାନଙ୍କୁ ତିନି ହଜାର ଟଙ୍କା ବେକାରୀ ଭତ୍ତା ଦେବାରେ କ’ଣ ଅସୁବିଧା ରହିଛି? ଯଦି ଅନ୍ୟ ରାଜ୍ୟରେ ଚାଷୀମାନଙ୍କୁ ପେନ୍‌ସନ୍ ପାଇଲେଣି ଏଠି ଦେବାରେ କ’ଣ ଅସୁବିଧା ରହିଛି? ରାଜ୍ୟସରକାର ଜାଣିଶୁଣି ଚାଷୀଙ୍କୁ ହଇରାଣ କରିବା ପାଇଁ ଏବଂ ସେମାନଙ୍କ ଦାବି ନଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ଦ୍ଵାରା ସେ ଚାଷୀଙ୍କୁ ବେଖାତିର କରୁଛନ୍ତି। ମୁଁ ଯାହା କଲେ ବି  ମୋତେ ଭୋଟ୍‌ ମିଳୁଛି। ସେ ଆଶାରେ ରହିଛନ୍ତି। ମୁଁ ତାଙ୍କୁ ସତର୍କ କରାଇ ଦେଉଛି ଏ ଚାଷୀ ଏଥର ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେବେ।”

ସେ ଆହୁରି କହିଛନ୍ତି,“ନରେନ୍ଦ୍ର ମୋଦି ମଧ୍ୟ ମନା କରିଛନ୍ତି ଯେ ମୁଁ କୃଷି ଋଣ ଛାଡ଼ କରିବି ନାହିଁ। ଏମିତିକି ଏମ୍‌ଏସ୍‌ପି ବୃଦ୍ଧି କରିବି ନାହିଁ। ତେଣୁ ଉଭୟଙ୍କ ଗୋଟିଏ ମତ। ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ଗୋଟିଏ ସ୍ୱରରେ ଗୋଟିଏ କଥା କହୁଛନ୍ତି। ସେମାନଙ୍କୁ ଲୋକେ ବାଛନ୍ଦ କରିବେ। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ।”

 



from Odisha Reporter http://bit.ly/2ByUywQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages