ଯଦି କିଏ ‘ଆଧାର’ ଦାବି କରିବ, ତା’ହେଲେ ୧ କୋଟି ଫାଇନ୍‌ ସହ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଯଦି କିଏ ‘ଆଧାର’ ଦାବି କରିବ, ତା’ହେଲେ ୧ କୋଟି ଫାଇନ୍‌ ସହ ଜେଲ୍‌

ନୂଆଦିଲ୍ଲୀ: ଯଦି କୌଣସି ଟେଲିକମ୍‌ କମ୍ପାନୀ ବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପରିଚୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ଦାବି କରିବେ, ତା’ହେଲେ ତାଙ୍କୁ କଠୋରରୁ ଅତି କଠୋର ଦଣ୍ଡ ମିଳିବ। ନୂଆ ସିମ୍‌ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଯଦି କେହି ଆଧାର କାର୍ଡ ମାଗେ ତା’ହେଲେ ଉକ୍ତ କମ୍ପାନୀ ଏବଂ ବ୍ୟକ୍ତିଙ୍କୁ ୧ କୋଟିର ଜୋରିମାନା ଦେବାକୁ ପଡ଼ିବ। ସେହିପରି ୩ ବର୍ଷରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।

ନିକଟରେ ଆଧାର କାର୍ଡ ସମ୍ପର୍କରେ ଆଗତ ସଂଶୋଧିତ ନିୟମରେ ଏଭଳି ବିଷୟ ଉଲ୍ଲେଖ ରହିଛି। ଏହି ସଂଶୋଧିତ ବ୍ୟବସ୍ଥାକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ମଧ୍ୟ ଦେଇଛନ୍ତି।

ଏହି ନିୟମ ଅନୁସାରେ ଗ୍ରାହକମାନେ ନିଜ ଇଚ୍ଛା ମୁତାବକ କେୱାଇସିରେ ନିଜର ଆଧାର କାର୍ଡ ନମ୍ବର ଦେଇପାରିବେ। ଯଦି ଜଣେ ଆଧାର କାର୍ଡ ଦେବାକୁ ଚାହୁଁନାହିଁ, ତା’ହେଲେ କେହି ବି ତାଙ୍କୁ ବାଧ୍ୟ କରିପାରିବେ ନାହିଁ।

ସେହିପରି ଯଦି କେହି ଆଧାର ତଥ୍ୟ ହ୍ୟାକ୍‌ କରେ କିମ୍ବା ଆଧାର ତଥ୍ୟର ଅପବ୍ୟବହାର କରେ, ତା’ହେଲେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ସହ ୧୦ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ସୁପ୍ରିମକୋର୍ଟ ନିକଟରେ କେବଳ ସରକାରୀ କଲ୍ୟାଣ ମୂଳକ ଯୋଜନା ବ୍ୟତୀତ ଆଉ କେଉଁଠି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି।



from Odisha Reporter https://ift.tt/2CmSY2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages