ନିର୍ବନ୍ଧକୁ ନେଇ ପ୍ରଶଂସକଙ୍କୁ ଏତେ ଦିନ ଅନ୍ଧାରରେ ରଖିଥିଲେ ‘ଦୀପ୍‌ବୀର୍‌’, ଖୁଲାସା କଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ନିର୍ବନ୍ଧକୁ ନେଇ ପ୍ରଶଂସକଙ୍କୁ ଏତେ ଦିନ ଅନ୍ଧାରରେ ରଖିଥିଲେ ‘ଦୀପ୍‌ବୀର୍‌’, ଖୁଲାସା କଲେ ଦୀପିକା

ranveer

ମୁମ୍ବାଇ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏଇ ନଭେମ୍ବରରେ ଆନୁଷ୍ଠାନିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ‘ଦୀପ୍‌ବୀର୍‌’। ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଇଟାଲୀର ‘ଲେକ୍‌ କୋମୋ’ରେ ଦୁହିଁଙ୍କ ବିବାହ ଉଭୟ କୋଙ୍କଣୀ ଏବଂ ସିନ୍ଧି ରୀତିନୀତିରେ ସମ୍ପନ୍ନ ହୋଇଥିଲା। ତେବେ ବିବାହ ସିନା ସରଯାଇଛି କିନ୍ତୁ ଏ ସମ୍ପର୍କିତ ଚର୍ଚ୍ଚାରେ ଏଯାଏ ବ୍ରେକ୍‌ ଲାଗିନାହିଁ। ଏବେ ଦୀପିକା ଓ ରଣବୀର୍‌ଙ୍କ ନିର୍ବନ୍ଧ ସମ୍ବନ୍ଧିତ ବାସ୍ତବ କଥା ଉପରୁ ପରଦା ହଟିଛି।

ବିବାହ ପୂର୍ବରୁ ‘ଦୀପ୍‌ବୀର୍‌’ଙ୍କ ନିର୍ବନ୍ଧକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଅନେକ ଜାଣିଥିଲେ ଯେ ଦୁହେଁ ଚଳିତ ବର୍ଷ ଆରମ୍ଭରୁ ନିର୍ବନ୍ଧ କରିଥିଲେ, ତା’ପୁଣି ଶ୍ରୀଲଙ୍କାରେ। କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଛି। ସତ କ’ଣ ସେ କଥା ନିଜେ ଦୀପିକା ଏବେ ସମସ୍ତଙ୍କୁ ଜଣାଇଛନ୍ତି ।

ଦୀପିକା ‘ଫିଲ୍ମଫେୟାର୍‌’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଚଳିତ ବର୍ଷ ନୁହେଁ, ବରଂ ୪ ବର୍ଷ ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ସରିଥିଲା। କିନ୍ତୁ ଏହାକୁ ସେମାନେ ସମ୍ପୂର୍ଣ୍ଣ ଗୋପନ ରଖିଥିଲେ।

ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ଓ ବାହାଘରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ‘ଦୀପ୍‌ବୀର୍‌’ ଏ ନେଇ ନିରବ ରହୁଥିଲେ। ଏବେ ବିବାହ ପରେ ଏସମ୍ପର୍କିତ ଗୋଟିଏ ପରେ ଅନ୍ୟ ଏକ ସାମ୍ନାକୁ ଆସୁଛି । ୪ ବର୍ଷ ଧରି ନିର୍ବନ୍ଧ ଖବରକୁ ଲୁଚାଇ ରଖିବା ଦୁହିଁଙ୍କ ପ୍ରଶଂସକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିଛି। ତେବେ ଆଗକୁ ଦୀପିକା ଆଉ କେଉଁ ରାଜ୍‌ ଖୋଲିବେ ଫ୍ୟାନ୍‌ସ୍‌ ଚାହିଁ ରହିଛନ୍ତି।



from Odisha Reporter http://bit.ly/2CF33rO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages