୨୪୩ରେ ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌; ଭାରତକୁ ପ୍ରାରମ୍ଭିକ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

୨୪୩ରେ ଅଷ୍ଟ୍ରେଲିଆ ଅଲ୍‌ ଆଉଟ୍‌; ଭାରତକୁ ପ୍ରାରମ୍ଭିକ ଝଟକା

india

ପର୍ଥ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପର୍ଥରେ ଖେଳା ଯାଉଛି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍। ଆଜି ମ୍ୟାଚ୍‌ର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ୨୪୩ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଏହା ସହିତ ଭାରତ ସମ୍ମୁଖରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। କାରଣ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୩ ରନ୍‌ର ଅଗ୍ରଣୀ ଲାଭ କରିଥିଲା।

ତେବେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଦଳ ଦୁଇଟି ୱିକେଟ୍ ହରାଇଛି। ଓପନର୍ ଲୋକେଶ ରାହୁଲ ଶୂନରେ ଆଉଟ୍ ହୋଇଥିବା ବେଳେ ପର୍ଥରେ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌’ ହୋଇଥିବା ପୂଜାରା ମାତ୍ର ୪ ରନ୍ କରି ହେଜଲଉଡ୍‌ଙ୍କ ବଲ୍‌ରେ ଅଧିନାୟକ ତଥା ୱିକେଟ୍ କିପର ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରାହୁଲ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ମୁରଲୀ ବିଜୟ ଓ ବିରାଟ କୋହଲି କ୍ରିଜ୍‌ରେ ଅଛନ୍ତି।

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୧୩୨ ରନ୍ କରିଥିବା ଘରୋଇ ଦଳ ଆଜି ଆଉ ମାତ୍ର ୧୧୧ ରନ୍ ଯୋଡ଼ି ବାକି ସବୁ ୱିକେଟ୍ ହରାଇଥିଲା।

ଦଳ ପକ୍ଷରୁ ଉମେଶ ଖ୍ୱାଜା ସର୍ବାଧିକ ୭୨ ରନ୍ କରିଥିବା ବେଳେ ଅଧିନାୟକ ଟିମ୍ ପାଇନ୍ ୩୭ ରନ୍ କରିଛନ୍ତି। ମାରକସ୍ ହ୍ୟାରିସ୍ ୨୦ ରନ୍ କରିଥିବା ବେଳେ ଆରୋନ୍ ଫିଞ୍ଚ୍ ୨୫, ଶନ୍ ମାର୍ଶ ୫, ପିଟର ହ୍ୟାଣ୍ଡସ୍କମ୍ବ ୧୩, ଟ୍ରାଭିସ୍ ହେଡ୍ ୧୯, ପ୍ୟାଟ୍ କମିନ୍‌ସ ୧, ମିଚେଲ୍ ଷ୍ଟାର୍କ ୧୪, ନେଥନ ଲିଅନ ୫ ଓ ଜୋଶ୍ ହେଜଲଉଡ୍‌ ୧୭ ରନ୍ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ୬ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରିତ ବୁମ୍ରା ୩ଟି ଓ ଈଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2SU60dE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages