
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ରାଜ୍ୟର ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି। ପ୍ରାଥମିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଆଗରେ ଥିବାରୁ ବିଜେପିକୁ ଲାଗିଛି ବଡ଼ ଝଟ୍କା। ଦେଶର ଅଧିକାଂଶ ରାଜ୍ୟରେ ଏବେ ବିଜେପି ଶାସନ ଚାଲିଥିବା ବେଳେ ବିଜେପି ଗଡ଼ କୁହାଯାଉଥିବା ଛତିଶଗଡ଼, ରାଜସ୍ଥାନ ଭଳି ରାଜ୍ୟରେ ଜନାଦେଶ କଂଗ୍ରେସ ସପକ୍ଷରେ ଯାଇଛି। ଫଳରେ ଉତ୍ସବମୁଖର ହୋଇପଡିଛି କଂଗ୍ରେସ ଶିବିର।
ରାଜଧାନୀ ନୂଆଦିଲ୍ଲୀରେ କଂଗ୍ରେସ ଭବନ ସମ୍ମୁଖରେ ଉତ୍ସାହର ମହୋଲ୍ ଦେଖିବାକୁ ମିଳୁଥିବା ବେଳେ ଖାଁ ଖାଁ ଲାଗୁଛି ବିଜେପି ଶିବିର। ଏପଟେ ଓଡ଼ିଶାରେ ସ୍ଥିତି ମଧ୍ୟ ସେହିପରି।
ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା କଂଗ୍ରେସ ଭବନ ମଙ୍ଗଳବାର ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା। ଯେଉଁଠି ଦୀର୍ଘ ଦିନ ହେବ କାଉ, କୋଇଲି ଉଡୁ ନ ଥିଲେ ସେଠି ଆଜି ବାଣ, ଫୁଟିଥିଲା, ନାଚଗୀତର ମହାଲ ବି ଜମିଥିଲା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମିମାନେ ବାଣ ଫୁଟାଇ ଅନ୍ୟ ରାଜ୍ୟରେ କଂଗ୍ରେସର ବିଜୟର ଖୁସି ମନାଇଥିଲେ।
ଏହି ଅବସରରେ ସୁର ମନ୍ତବ୍ୟ ଦେଇ କହିଛନ୍ତି ଯେ, “ଆମେ ବହୁତ ସହିଲୁ, ଏଣିକି ଆଉ ନୁହେଁ। ଏଥର ଓଡ଼ିଶାରେ କଂଗ୍ରେସ ଆସୁଛି”। ନିଜ ଚିରାଚରିତ ଢଙ୍ଗରେ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଜୟକାର କରିଥିଲେ ସୁର।
from Odisha Reporter https://ift.tt/2UylxkX
No comments:
Post a Comment