କେକ୍ କାଟି କୁକୁର ଛୁଆଙ୍କ ଏକୋଇଶିଆ ପାଳିଲେ: କାର୍ଡ଼ ଛାପିଲେ, ଅତିଥିଙ୍କୁ ଭୋଜି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

କେକ୍ କାଟି କୁକୁର ଛୁଆଙ୍କ ଏକୋଇଶିଆ ପାଳିଲେ: କାର୍ଡ଼ ଛାପିଲେ, ଅତିଥିଙ୍କୁ ଭୋଜି ଦେଲେ

ପୁରୀ (ସୋମନାଥ ଗୋଚ୍ଛିକାର): ସଉକ୍‌ ପାଇଁ ହେଉ କି ସୁରକ୍ଷା ପାଇଁ, କିଛି ଲୋକ ଘରେ କୁକୁର ପାଳନ୍ତି। ବିଦେଶୀ ପୋଷା କୁକୁରଙ୍କ ପ୍ରତି ସ୍ନେହଶ୍ରଦ୍ଧା ଅଜାଡ଼ି ଦିଅନ୍ତି। ଖାଇବା ପିଇବାଠୁ ଆରମ୍ଭ କରି ତା’ର ସବୁ ପ୍ରକାର ଯତ୍ନ ନିଅନ୍ତି। ହେଲେ ବାଟଘାଟରେ ବୁଲୁଥିବା ଅସୁନ୍ଦର ଓ ଅପରିଷ୍କାର ବୁଲା କୁକୁରଙ୍କ ପ୍ରତି କାହାର ଶ୍ରଦ୍ଧା ନଥାଏ। ବରଂ ସେମାନଙ୍କୁ ଦେଖିଲେ ବାଡ଼େଇ ଗୋଡ଼ାନ୍ତି।

ହେଲେ ଏମିତି କିଛି କିଛି ଲୋକ ଅଛନ୍ତି, ଯେଉଁମାନେ ଖୁବ୍ ନିଆରା। ଏମିତି ଜଣେ ବ୍ୟକ୍ତି ହେଲେ ପୁରୀ ରେଲୱେ ପାର୍ଶଲ ଡିପାର୍ଟମେଣ୍ଟର କର୍ମଚାରୀ ପ୍ରେମାନନ୍ଦ ନାୟକ। ବୁଲା କୁକୁରଙ୍କ ପ୍ରତି ତାଙ୍କର ନିଃସ୍ୱାର୍ଥପର ଭଲପାଇବା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ସେ ଏକ ନିଆରା କାମ କରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ପ୍ରେମାନନ୍ଦ କାମ କରନ୍ତି ପୁରୀ ରେଲୱେର ପାର୍ଶଲ ଅଫିସରେ। ଦିନେ ସେଠି ସେ ଅସହାୟ ଅବସ୍ଥାରେ ଏକ ମାଈକୁକୁର ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୟାପରବଶ ହୋଇ ସେ କୁକୁରଟିକୁ ନେଇ ଆସିଲେ ଘରକୁ ଏବଂ ତା ନା କାଳୀ ବୋଲି ଦେଇ ତାକୁ ପାଳିପୋଷି ବଡ଼ କଲେ। ନିକଟରେ କାଳୀର ୪ଟି ପିଲା ହେବାପରେ ପ୍ରେମାନନ୍ଦଙ୍କ ଖୁସି କହିଲେ ନସରେ। ଏହି ଖୁସିରେ ସେ କାଳୀର ୪ଟି ଯାକ ପିଲାଙ୍କର ଏକୋଇଶିଆ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଶେଷରେ ଆଡ଼ମ୍ବର ସହକାରେ ତାହା ପାଳି ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି।

କୁକୁର ଛୁଆ ହୋଇଥିଲେ ବି ସେମାନଙ୍କର ଏକୋଇଶିଆ ପାଇଁ ପ୍ରେମାନନ୍ଦ କିଛି କମ୍ ଜାକଜମକ କରିନଥିଲେ। ପୂରା ଉତ୍ସବକୁ ସେ ଆଡ଼ମ୍ବର ସହକାରେ ପାଳିଥିଲେ। ଠିକ୍‌ ଯେମିତି ମଣିଷ ପିଲାର ଏକୋଇଶିଆ ଭୋଜି ପରି। ଏଥିପାଇଁ ସେ ଏକ କାର୍ଡ଼ ଛାପିଥିଲେ। ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା। ଆଉ ପ୍ରତିଦାନ ସ୍ୱରୂପ ଭୋଜି ଖାଇବାକୁ ଆସିଥିବା ଅତିଥିମାନେ ମଧ୍ୟ ଉପହାର ଧରି ଭୋଜିରେ ପହଞ୍ଚିଥିଲେ।

ପ୍ରଥମେ ଛୁଆ କୁକୁରମାନଙ୍କର ଏକ କେକ୍‌ କଟା ଯାଇଥିଲା। କାଳୀ ଜନ୍ମ କରିଥିବା ୪ ଶିଶୁ କୁକୁରଙ୍କ ନାଁ ସେ ରଖିଛନ୍ତି- କୁନୁ, ମୁନୁ, ପିଙ୍କି ଓ ରିଙ୍କି। ଅତିଥିମାନେ କୁକୁର ଛୁଆଙ୍କୁ ଆଶୀର୍ବାଦ କରିବା ସହ କେକ୍ ଓ ଭୋଜି ଖାଇ ଘରକୁ ଫେରିଥିଲେ। ପ୍ରାୟ ୧୦୦ ଜଣଙ୍କୁ ଭୋଜି ପରଷି ଦେଇଥିଲେ ପ୍ରେମାନନ୍ଦ। ସବୁଠାରୁ କୌତୁହଳର ବିଷୟ ହେଉଛି, କାର୍ଡ଼ରେ କୁକୁର ପିଲାମାନଙ୍କର ନାମ ମଧ୍ୟ ଛପା ଯାଇଥିଲା। ପ୍ରେମାନନ୍ଦଙ୍କ ଏହି ନିଆରା ପଶୁପ୍ରେମକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/2rOJzLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages