
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କେନ୍ଦ୍ରାପଡ଼ା ରାଜନଗରର କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓକିଲ ନୋଟିସ୍ ପଠାଇଛନ୍ତି। ଧାନ କିଣା ନେଇ ସୂର୍ଯ୍ୟଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଂଶୁମାନ ଏହି ନୋଟିସ ପଠାଇଥିବା ଜଣାପଡ଼ିଛି।
ଏହି ମନ୍ତବ୍ୟ ପାଇଁ ସୂର୍ଯ୍ୟ କ୍ଷମା ମାଗନ୍ତୁ, କ୍ଷମା ନ ମାଗିଲେ ମାନହାନୀ ମକଦ୍ଦମା କରିବେ ବୋଲି ଅଂଶୁମାନ ଚେତାବନୀ ଦେଇଛନ୍ତି।
ଧାନ କିଣା ଦୁର୍ନୀତିରେ ଅଂଶୁମାନଙ୍କ ପରିବାର ସଂପୃକ୍ତ ଅଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ। ତେବେ ସୂର୍ଯ୍ୟଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ଅସତ୍ୟ ବୋଲି ଅଂଶୁମାନ କହିଥିଲେ। ଆଉ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ଚିଠି ଲେଖି ଜଣାଇଛନ୍ତି।
ତେବେ ଅଂଶୁମାନଙ୍କ ଓକିଲ ନୋଟିସ୍ ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
from Odisha Reporter https://ift.tt/2Rz7sBF
No comments:
Post a Comment