ନିଜ ବାହାଘର ପ୍ରସ୍ତୁତିକୁ ଅଧାରେ ଛାଡ଼ି ଏଥିପାଇଁ ମୁମ୍ବାଇ ଫେରିଲେ କପିଲ୍‌ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ନିଜ ବାହାଘର ପ୍ରସ୍ତୁତିକୁ ଅଧାରେ ଛାଡ଼ି ଏଥିପାଇଁ ମୁମ୍ବାଇ ଫେରିଲେ କପିଲ୍‌ ଶର୍ମା

kapil

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ଋତୁ। ବର୍ଷ ଆରମ୍ଭରୁ ସୋନମ୍ କପୁର୍‌-ଆନନ୍ଦ ଆହୁଜା, ନେହା ଧୂପିଆ-ଅଙ୍ଗଦ ବେଦୀ ଏବଂ ଶେଷ ଭାଗକୁ ଦୀପିକା-ରଣବୀର୍‌, ପ୍ରିୟଙ୍କା-ନିକ୍‌ ଜୋନସ୍‌ଙ୍କ ଭଳି ଚର୍ଚ୍ଚିତ ବାହାଘର ପରେ ଏବେ କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ପାଳି। ଆସନ୍ତା ୧୨ ତାରିଖରେ ଭାରତୀୟ ମନୋରଞ୍ଜନ ଶିଳ୍ପର ଏହି ଚର୍ଚ୍ଚିତ ହାସ୍ୟ ଅଭିନେତା ତାଙ୍କ ଗର୍ଲ୍‌ଫ୍ରେଣ୍ଡ୍‌ ଗିନ୍ନୀଙ୍କୁ ବିବାହ କରିବେ। ବାହାଘର ପାଇଁ ପ୍ରସ୍ତୁତି ଏବଂ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି।

ତେବେ ସୂଚନା ଅନୁସାରେ, ନିଜ ବାହାଘର ପାଇଁ ପ୍ରସ୍ତୁତି ଜୋର୍ ଧରିଥିବାବେଳେ ଏହାକୁ ପଛରେ ରଖି କପିଲ୍‌ ମୁମ୍ବାଇ ଆସିଥିଲେ। ପ୍ରଥମେ କପିଲ୍‌ ମୁମ୍ବାଇ ଫେରିବା ଖବର ଶୁଣି ଭାବୀପତ୍ନୀ ଗିନ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ କାରଣ ଜାଣିବା ପରେ ସେ ଖୁସି ହୋଇଥିଲେ। ବାହାଘର ପ୍ରସ୍ତୁତି ଛାଡ଼ି କପିଲ୍‌ ଅଚାନକ ମୁମ୍ବାଇ ଆସିବା କଥା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ।

କଥା ହେଉଛି, ବାହାଘର ପାଇଁ ନିଜ ପ୍ରଫେସନାଲ୍‌ କାମ ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ଆଗୁଆ କିଛି ଶୁଟିଂ ସାରିଦେବାକୁ କପିଲ୍‌ ମୁମ୍ବାଇ ଆସିଥିଲେ। ସୂଚନା ମୁତାବକ, କପିଲ୍‌ଙ୍କ ଆଗାମୀ ଟେଲିଭିଜନ୍‌ ଶୋ’, ଦି କପିଲ୍‌ ଶର୍ମା ଶୋ’ର ପ୍ରଥମ ଅଧ୍ୟାୟରେ ସଲମାନ୍‌ ଖାନ୍‌ ଅତିଥି ହୋଇଛନ୍ତି। ଆଉ ସଲମାନ୍‌ଙ୍କ ସହ ଶୁଟିଂ ସାରି ଦେବାକୁ କପିଲ୍‌ ନିଜ ବାହାଘର ପ୍ରସ୍ତୁତି ଅଧାରେ ଛାଡ଼ି ମୁମ୍ବାଇ ପହଞ୍ଚିଥିଲେ।

କିଛି ଦିନ ଧରି ବ୍ୟକ୍ତିଗତ କାରଣ ଓ ଶାରୀରିକ ଅସୁସ୍ଥତା ଯୋଗୁ କପିଲ୍‌ଙ୍କ ପ୍ରଫେସନାଲ୍‌ ଲାଇଫ୍‌ ପ୍ରଭାବିତ ହୋଇଛି। ଏଣୁ ସେ ଆଉ କୌଣସି ରିସ୍କ ନେବାକୁ ଚାହୁ ନାହାନ୍ତି।

ଡିସେମ୍ବର ଶେଷ ଆଡ଼କୁ କପିଲ୍‌ଙ୍କ ଆଗାମୀ ଶୋ’ର ପ୍ରଥମ ଅଧ୍ୟାୟ ପ୍ରସାରିତ ହେବ। ତେଣୁ ବିବାହ ପରେ ପତ୍ନୀଙ୍କୁ ସମୟ ଦେବା ପାଇଁ କପିଲ୍‌ ଏବେ ବହୁ କାମ ଆଗୁଆ ସାରି ଦେଉଛନ୍ତି।



from Odisha Reporter https://ift.tt/2G9cio6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages